ଜିଓକୁ ଭୋଡାଫୋନ-ଆଇଡିଆର ଟକ୍କର; ଜିଓଠାରୁ ୨୦୦ ଟଙ୍କା ଶସ୍ତା ଭୋଡା-ଆଇଡିଆଙ୍କ ଏହି ଯୋଜନା

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ଟେଲିକମ କମ୍ପାନି ଭାବେ ଏବେ ପରିଚିତ ଥିବା ଭୋଡାଫୋନ-ଆଇଡିଆ ନିଜର ଗ୍ରାହକମାନଙ୍କ ଲାଗି ନୂଆ ବମ୍ପର ପ୍ରିପେଡ୍‌ ପ୍ଲାନ୍‌ ଲଞ୍ଚ୍‌ କରିଥିବା ଜାଣିବାକୁ ମିଳିଛି। ଏହି ଯୋଜନା ମୁତାବକ, ବ୍ୟବହାରକାରୀଙ୍କୁ ମାତ୍ର ଥରେ ରିଚାର୍ଜ କଲେ ୩୬୫ ଦିନ ପର୍ଯ୍ୟନ୍ତ ଆଉ ରିଚାର୍ଜ କରିବାକୁ ପଡ଼ିବ ନାହିଁ। ଏହି ଯୋଜନାର ମୁକାବଲା ରିଲାଏନ୍ସ ଜିଓର ୧,୬୯୯ ଟଙ୍କିଆ ବାର୍ଷିକ ପ୍ରିପେଡ୍‌ ଯୋଜନା ସହ ହେବ। ଭୋଡାଫୋନ-ଆଇଡିଆର ଏହି ଯୋଜନାର ଦର ରହିଛି ମାତ୍ର ୧,୪୯୯ ଟଙ୍କା।

ଗ୍ରାହକ ଥରେ ୧,୪୯୯ ଟଙ୍କାର ରିଚାର୍ଜ କଲେ ବର୍ଷକ ପର୍ଯ୍ୟନ୍ତ ଅସୀମିତ ଭଏସ କଲିଂ, ମାଗଣା ଏସ୍‌ଏମ୍‌ଏସ୍‌ ଓ ଡାଟାର ସୁବିଧା ଉଠାଇ ପାରିବେ। ଦିନକୁ ୧ ଜିବି ଡାଟା ସହ ୧୦୦ ଏସ୍‌ଏମ୍‌ଏସ୍‌ ସୁବିଧା ଏହି ଯୋଜନାରେ ରହିଛି। ଭୋଡାଫୋନ-ଆଇଡିଆର ଏହି ଯୋଜନା ରିଲାଏନ୍ସ ଜିଓର ବାର୍ଷିକ ଯୋଜନାଠାରୁ ୨୦୦ ଟଙ୍କା ଶସ୍ତା।

ରିଲାଏନ୍ସ ଜିଓର ବଜାର ପ୍ରବେଶ ପରେ ଅନ୍ୟ ସମସ୍ତ ଟେଲିକମ୍‌ କମ୍ପାନି ପ୍ରାୟ ମାନ୍ଦା ପଡ଼ି ଯାଇଥିବା ବେଳେ ଭୋଡାଫୋନ-ଆଇଡିଆର ଏହି ଯୋଜନା କେତେ ଫଳପ୍ରଦ ହେଉଛି ତାହା ଦେଖିବା ବାକି ରହିଲା।

ସମ୍ବନ୍ଧିତ ଖବର