ମହଙ୍ଗା ହୋଇପାରେ ଟେଲିଫୋନ୍‌ ସେବା

ନୂଆଦିଲ୍ଲୀ: ଆଗାମୀ ଦିନରେ ଟେଲିଫୋନ୍‌ ସେବା ୧୦ ପ୍ରତିଶତ ମହଙ୍ଗା ହୋଇପାରେ। ମୋବାଇଲ ଟାଓ୍ଵାର ଏବଂ ଭିତ୍ତିଭୂମି ସେବା ଯୋଗାଇ ଦେଉଥିବା ସଂଘ(ଟିଏଆଇପିଏ) ଏହି ଆଶଙ୍କା ବ୍ୟକ୍ତ କରିଛି। ଟେଲିଫୋନ୍‌ ସେବା ଉପରେ ଟିକସ ବୋଝ ସହିତ ସରକାରଙ୍କ ପକ୍ଷରୁ ଶିଳ୍ପକୁ କୌଣସି ରିହାତି ପ୍ରଦାନ କରାଯାଉ ନଥିବାରୁ ଏଭଳି ହେବ ବୋଲି କୁହାଯାଇଛି। ଆସନ୍ତା ଆର୍ଥିକ ବର୍ଷରେ ଦେଶରେ ପ୍ରାୟ ୫୦ ହଜାର ଟାଓ୍ଵାର ସ୍ଥାପନ ହେବ। ପ୍ରତି ଟାଓ୍ଵାର ବାବଦରେ ସରକାରଙ୍କୁ କମ୍ପାନି ପ୍ରାୟ ଲକ୍ଷେରୁ ଦେଢ଼ ଲକ୍ଷ ଟଙ୍କାର ଟିକସ ପ୍ରଦାନ କରୁଛନ୍ତି। ଏଥିଯୋଗୁଁ ଟେଲିଫୋନ ସେବା ଦର ବଢ଼ିପାରେ ବୋଲି ଟିଏଆଇପିଏର ମହାନିର୍ଦେଶକ ତିଳକ ରାଜ୍‌ ଦୁଆ କହିଛନ୍ତି। ସିବିଇସି ଅଧ୍ୟକ୍ଷା ବନଜା ଏନ୍‌. ସର୍‌ନାଙ୍କ ନିକଟକୁ ଲେଖିଥିବା ପତ୍ରରେ ଶ୍ରୀ ଦୁଆ ଏହା ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର