ଭାରତକୁ ଆସୁଛି ହେଲିକାପ୍ଟର ଉବେର, ମୋବାଇଲ ଫୋନରେ ହେଲିକାପ୍ଟର ସିଟ ବୁକିଂ କରିହେବ

ମୁମ୍ବାଇ : ଉବେର ପରି ଏଣିକି ହେଲିକାପ୍ଟର ସେବା ମଧ୍ୟ ବୁକିଂ କରିହେବ । ଏକ ଆମେରିକୀୟ କମ୍ପାନି ଭାରତରେ ଏହି ସେବା ଆରମ୍ଭ କରିବାକୁ ଯୋଜନା କରୁଛି । ଏହି କମ୍ପାନିର ନାଁ ହେଉଛି ଦ ବ୍ଲେଡ । ଦ ବ୍ଲେଡ ଆମେରିକାରେ ଗତ ୨୦୧୪ରେ ହେଲିକାପ୍ଟର ସେୟାରିଂ ସେବା ଆରମ୍ଭ କରିଥିଲା । ପ୍ରଥମେ ମାନହାଟରରୁ ହାମ୍ପଟନ ପର୍ଯ୍ୟନ୍ତ ଏହି ସେବା ଆରମ୍ଭ ହୋଇଥିଲା । ଆମେରିକାରେ ଦ ବ୍ଲେଡକୁ ହେଲିକାପ୍ଟରର ଉବେର ବୋଲି କୁହାଯାଏ । ଏବେ ଏହି କମ୍ପାନି ଭାରତ ଉପରେ ଆଖି ପକାଇଛି । ଏହି କମ୍ପାନି ଏକ ଭାରତୀୟ କମ୍ପାନି ହଞ୍ଚ୍‌ ଭେଞ୍ଚର୍ସ ସହ ମିଶି ଏହି ସେବା ଆରମ୍ଭ କରିବ । ପ୍ରାରମ୍ଭରେ ମୁମ୍ବାଇ ମଧ୍ୟରେ ଏହି ସେବା ମହାଲକ୍ଷ୍ମୀଠାରୁ ଜୁହୁ ପର୍ଯ୍ୟନ୍ତ ଆରମ୍ଭ ହେବ । ଏହା ଦ୍ୱାରା ଅଳ୍ପ ସମୟ ମଧ୍ୟରେ ଲୋକମାନେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚିପାରିବେ । ଏହା ପରେ ମୁମ୍ବାଇରୁ ପୁନେ ଓ ସିରିଡିକୁ ଏହି ସେବା ଆରମ୍ଭ କରାଯିବ ।

ସମ୍ବନ୍ଧିତ ଖବର