ପତଞ୍ଜଳିକୁ ଭରସାଯୋଗ୍ୟ ବ୍ରାଣ୍ଡ୍‌ ପୁରସ୍କାର

ହରିଦ୍ୱାର: ଦେଶରେ ବ୍ରାଣ୍ଡ୍‌ ଗୁଡ଼ିକର ମୂଲ୍ୟାୟନ କରୁଥିବା ଏଜେନ୍ସି ଟ୍ରଷ୍ଟ ରିସର୍ଚ ଆଡଭାଇଜାରି ପକ୍ଷରୁ ଦି ବ୍ରାଣ୍ଡ୍‌ ଟ୍ରଷ୍ଟ ରିପୋର୍ଟ ଇଣ୍ଡିଆ ଷ୍ଟଡି ୨୦୧୭ରେ ପତଞ୍ଜଳିକୁ ଭାରତର ସବୁଠୁ ଅଧିକ ଭରସାଯୋଗ୍ୟ ଏଫ୍‌ଏମ୍‌ସିଜି ବ୍ରାଣ୍ଡ୍‌ ବା ଇଣ୍ଡିଆସ୍‌ ମୋଷ୍ଟ ଟ୍ରଷ୍ଟେଡ୍‌ ଏଫ୍‌ଏମ୍‌ସିଜି ବ୍ରାଣ୍ଡ୍‌ ଏବଂ ଭାରତର ସବୁଠୁ ଆକର୍ଷଣୀୟ ବ୍ରାଣ୍ଡ୍‌ ବା ଇଣ୍ଡିଆସ୍‌ ମୋଷ୍ଟ ଆଟ୍ରାକ୍ଟିଭ ବ୍ରାଣ୍ଡ୍‌ ୨୦୧୭ ପୁରସ୍କାର ପ୍ରଦାନ କରାଯାଇଛି। ଏଜେନ୍ସି ଟ୍ରଷ୍ଟ ଆଣ୍ଡ ଆଡଭାଇଜରି ପକ୍ଷରୁ ଏଫ୍‌ଏମ୍‌ସିଜି ବ୍ରାଣ୍ଡ୍‌ ପାଇଁ ୧୧ ହଜାର କମ୍ପାନି ଏବଂ ଆକର୍ଷଣୀୟ ବ୍ରାଣ୍ଡ୍‌ ପାଇଁ ୧୦ ହଜାର କମ୍ପାନିର ବିଚାର କରାଯିବା ପରେ ପତଞ୍ଜଳିକୁ ଉକ୍ତ ପୁରସ୍କାର ଦ୍ୱୟ ପାଇଁ ଚୟନ କରାଯାଇଛି। ସଂସ୍ଥା ପକ୍ଷରୁ ପତଞ୍ଜଳି ଆୟୁର୍ବେଦର ଏମ୍‌ଡି ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ଏ ସଂକ୍ରାନ୍ତ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ଏହି ଅବସରରେ ଆଚାର୍ଯ୍ୟ ବାଲକୃଷ୍ଣ କହିଛନ୍ତି, ଏହା କେବଳ କମ୍ପାନି ପାଇଁ ନୁହେଁ, ଯେଉଁମାନେ କମ୍ପାନିର ସ୍ୱଦେଶୀ ଆନ୍ଦୋଳନକୁ ସଫଳ କରିଛନ୍ତି ସେମାନଙ୍କ ପାଇଁ ମଧ୍ୟ ଗର୍ବର ବିଷୟ।

ସମ୍ବନ୍ଧିତ ଖବର