ବିଗ୍ ବଜାରରେ ଦି ଗ୍ରେଟ୍ ଏକ୍ସଚେଞ୍ଜ ଫେଷ୍ଟିଭାଲ୍

ଭୁବନେଶ୍ବର: ବିଗ୍ ବଜାର ପକ୍ଷରୁ ‘ ଦି ଗ୍ରେଟ୍ ଏକ୍ସଚେଞ୍ଜ’ ଫେଷ୍ଟିଭାଲ ଚଳିତମାସ ୧୬ ତାରିଖରୁ ଆରମ୍ଭ ହୋଇଛି। ଆସନ୍ତାମାସ ୨୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ‌ଫେଷ୍ଟିଭାଲରେ ଗ୍ରାହକମାନେ ଘରର ପୁରୁଣା ଜିନିଷକୁ ଆକର୍ଷଣୀୟ ମୂଲ୍ୟରେ ବିକ୍ରି କରି ତାହା ବଦଳରେ ନୂଆ ଜିନିଷ ରିହାତି ମୂଲ୍ୟରେ କିଣିବା ସୁଯୋଗ ପାଇବେ। ଗ୍ରାହକମାନେ ଏଠାରେ ପୁରୁଣା ଖବରକାଗଜ, ପୁରୁଣା ବେଡସିଟ, ତଉଲିଆ, ସଫ୍ଟ ଟୟ, ମେନ୍ସ ଜ୍ୟାକେଟ୍, ପୁରୁଣା ଫର୍ଣ୍ଣିଚର ସାମଗ୍ରୀ, ଗ୍ୟାସ ଷ୍ଟୋଭ, ଡୋରମ୍ୟାଟ, ପୁରୁଣା ମ୍ୟାଟ୍ରେସ୍‌କୁ ଏକ୍ସଚେଞ୍ଜ କରିପାରିବେ। କରିପାରିବେ। ସେହିଭଳି ପୁରୁଣା ବାସନକୁସନ ଓ ପ୍ଲାଷ୍ଟିକକୁ ମଧ୍ୟ ବିକ୍ରି କରିପାରିବେ। ଏହା ବଦଳରେ ଗ୍ରାହକମାନେ ଖାଦ୍ୟ, ସଉଦା, ଇଲେକ‌ଟ୍ରୋନିକ୍ସ, ‌କ୍ଷୁଦ୍ର ଆପ୍ଲାଏନସେସ୍ ଅତିରିକ୍ତ ୧୦% ରିହାତିରେ ଏବଂ ହୋମଓୟାର, କିଚେନଓୟାର, ହୋମ ଫେସନ ଏବଂ ଲଗେଜକୁ ଅତିରିକ୍ତ ୨୦% ରିହାତିରେ କିଣିପାରିବେ।

ସମ୍ବନ୍ଧିତ ଖବର