ସାବଧାନ ! ସୋସିଆଲ ମିଡିଆ ଓ ବ୍ୟକ୍ତିଗତ ଆକାଉଣ୍ଟରେ ଏହି ସବୁ ପାସ୍‌ଓ୍ଵାର୍ଡ ରଖି ନାହାନ୍ତି ତ ଅସୁବିଧାରେ ପଡ଼ି ପାରନ୍ତି

ଜାଣନ୍ତି କି? ଆପଣ ବ୍ୟବହାର କରୁଥିବା ମୋବାଇଲଠାରୁ ଆରମ୍ଭ କରି ସୋସିଆଲ ମିଡିଆ ପର୍ଯ୍ୟନ୍ତ ସମସ୍ତ ବ୍ୟକ୍ତିଗତ ଆକାଉଣ୍ଟକୁ ସୁରକ୍ଷିତ ରଖୁଥିବା ପାସୱାର୍ଡ କେତେ ସୁରକ୍ଷିତ? ତେବେ ନିକଟରେ କିଛି ଗବେଷଣଙ୍କ ଦ୍ୱାରା କରାଯାଇ ଥିବା ଅଧ୍ୟୟନରୁ ଏଭଳି ଏକ ରିପୋର୍ଟ ସାମ୍ନାକୁ ଆସିଛି ଯେଉଁଥିରେ କିଛି ପାସୱାର୍ଡ ସଂପର୍କରେ ଆଲୋଚନା କରାଯାଇଛି । ଯେଉଁଗୁଡିକ କି ଅଧିକ ଅସୁରକ୍ଷିତ ଭାବେ ପ୍ରମାଣିତ ହୋଇଛି । ତେବେ ଆସନ୍ତୁ ଜାଣିବା ସେ ସଂପର୍କରେ….

ପ୍ରଥମତଃ ଲୋକେ ନିଜର ସୁବିଧା ପାଇଁ ନମ୍ବରକଗୁଡିକୁ ନିଜ ପାସୱାର୍ଡ ଭାବେ ବ୍ୟବହାର କରିଥାନ୍ତି । ଯାହାକୁ ଜଣେ ବ୍ୟକ୍ତି ଅତି ସହଜରେ ମନେ ରଖିପାରିବ । ମାତ୍ର ରିପୋର୍ଟ ଅନୁସାରେ, ପାଖାପାଖି ୩ ପ୍ରତିଶତ ଲୋକ ଏହି ନମ୍ବରକୁ ନିଜର ପାସୱାର୍ଡ ଭାବେ ବ୍ୟବହାର କରିଥାନ୍ତି । ଆଉ ଏହି ପାସୱାର୍ଡଟି ୨୦୧୬ରୁ ସବୁଠାରୁ ଅଧିକ ଅସୁରକ୍ଷିତ ପାସୱାର୍ଡ ତାଲିକାରେ ରହିଛି ।

ସେହିପରି ସବୁଠାରୁ ଅଧିକ ଅସୁରକ୍ଷିତ ପାସୱାର୍ଡ ତାଲିକାରେ ରହିଛି ପାସୱାର୍ଡ ଭଳି ଶଦ୍ଦ । ଅସୁରକ୍ଷିତ ପାସୱାର୍ଡ ତାଲିକାରେ ୧୨୩୪୫, ୧୨୩୪୫୬୭୮, ୧୨୩୪୫୬୭୮ ୯, qwerty, letmein ଓ ଫୁଟବଲ ରହିଛି।

ଅଧିକାଂଶ ଲୋକେ ଆଇଲଭ୍‌ୟୁ ଶଦ୍ଦକୁ ନିଜର ମୋବାଇଲ କିମ୍ବା କମ୍ପ୍ୟୁଟରରେ ବା ବ୍ୟକ୍ତିଗତ ତଥ୍ୟ ବା ଆକାଉଂଟର ପାସୱାର୍ଡ ଭାବେ ରଖିବାକୁ ବେଶି ପସନ୍ଦ କରିଥାନ୍ତି । ଯାହାକି ଗବେଷକଙ୍କ ଦ୍ୱାରା ପ୍ରକାଶ ପାଇଥିବା ରିପୋର୍ଟରେ ତଥା ଅସୁରକ୍ଷିତ ପାସୱାର୍ଡ ତାଲିକାରେ ସ୍ଥାନ ପାଇଛି ।

ସମ୍ବନ୍ଧିତ ଖବର