ଅଡ଼ି-ମର୍ସିଡିଜ ଭଳି କାରଠାରୁ ମଧ୍ୟ ଏହି କମ୍ପ୍ୟୁଟରର ମୂଲ୍ୟ ଅଧିକ, ଜାଣନ୍ତୁ ଏହାର ଦାମ ଓ ଫିଚର

ନୂଆଦିଲ୍ଲୀ: ବଜାରରେ ମିଳୁଥିବା କମ୍ପ୍ୟୁଟରର ଦାମ କେତେ ହୋଇପାରେ ? ହୁଏତ ୧୦ ହଜାରରୁ ଆରମ୍ଭ କରି ୫ ଲକ୍ଷ ଟଙ୍କା ମଧ୍ୟରେ ଆପଣ ଏକ ଭଲ କମ୍ପ୍ୟୁଟର କିଣିପାରିବେ | ଏବେ ଆପଲ ଏମିତି ଏକ କମ୍ପ୍ୟୁଟର ବଜାରକୁ ଆଣିଛି ଯାହାର ମୂଲ୍ୟ ରାସ୍ତାରେ ଗଡୁଥିବା ଦାମୀ କାରଙ୍କୁ ମଧ୍ୟ ପଛରେ ପକାଇଦେବ | ଆପଣ ଦେଖୁଥିବା ଅଡ଼ି-ବିଏମଡ଼ବ୍ଲ୍ୟୁ ଓ ମର୍ସିଡିଜ କାରର ମୂଲ୍ୟଠାରୁ ଏହା ଅଧିକ ବୋଲି ଜଣାପଡିଛି | ଆମେରିକାର ଟେକ କମ୍ପାନୀ ଆପଲ ପକ୍ଷରୁ ମ୍ୟାକ ପ୍ର ୨୦୧୯ ଲଞ୍ଚ କରିଛି | ଯାହାର ମୂଲ୍ୟ ପ୍ରାୟ ୩୭ ଲକ୍ଷ ୧୫ ହଜାର ଟଙ୍କା ରହିଛି |

Photo-Macworld.com

ଯଦି ଆପଣ ଅଡ଼ି-ବିଏମଡ଼ବ୍ଲ୍ୟୁ ଓ ମର୍ସିଡିଜ କାର ମଧ୍ୟରୁ କୌଣସି ବି କିଣିବାକୁ ଚାହିଁବେ ତେବେ ଭାରତୀୟ ବଜାର ଅନୁସାରେ ଏହାର ପ୍ରାରମ୍ଭିକ ମୂଲ୍ୟ ୩୦ରୁ ୩୫ ଲକ୍ଷ ମଧ୍ୟରେ ଆପଣଙ୍କୁ ଖର୍ଚ୍ଚ କରିବାକୁ ପଡିବ | ତେବେ ଏହି କମ୍ପ୍ୟୁଟର କିଣିବାକୁ ଆପଣଙ୍କୁ ଅଧିକ ୨ ଲକ୍ଷ ଟଙ୍କା ଦେବାକୁ ପଡିବ |

କଣ ରହିଛି ବିଶେଷତ୍ୱ
ଏହି କମ୍ପ୍ୟୁଟରରେ ୨୮ କୋର ପ୍ରୋସେସର ସହ ୪ଟିବି ଷ୍ଟୋରେଜ କ୍ଷମତା ଓ ୧.୫ଟିବି ରାମ ଦିଆଯାଇଛି | ଏଥିରେ ଶକ୍ତିଶାଳୀ ହାର୍ଡୱେଆର ଦିଆଯାଇଛି ଯାହାକି ଭିଡିଓ ଏଡିଟିଂ ପାଇଁ ବରଦାନ ସାବ୍ୟସ୍ତ ହୋଇପାରେ | ଖୁବଶୀଘ୍ର ଭାରତକୁ ଏହି ସୁପର କମ୍ପ୍ୟୁଟର ଆସିବାକୁ ଯାଉଥିବାବେଳେ କିଛି ଦିନ ମଧ୍ୟରେ ୮ ଟିବି ଷ୍ଟୋରେଜ କ୍ଷମତା ସମ୍ପନ୍ନ କମ୍ପ୍ୟୁଟର ମଧ୍ୟ ଲଞ୍ଚ କରିବ |

ସମ୍ବନ୍ଧିତ ଖବର