ଏଣିକି ମୋବାଇଲ ନଉଠାଇ କେବଳ କାନରେ ଆଙ୍ଗୁଳି ଦେଇ କଥା ହୋଇପାରିବେ !

ନୂଆଦିଲ୍ଲୀ: ଏଣିକି ମୋବାଇଲ ନ ଉଠାଇ କାନରେ ଆଙ୍ଗୁଳି ଦେଇ କିପରି କଥା ହୋଇ ହେବ ସେ ନେଇ ପ୍ରଶ୍ନ ନିଶ୍ଚୟ ଆପଣଙ୍କ ମନରେ ଉଙ୍କି ମାରି ସାରିବଣି। ତେବେ ହାତରେ ପିନ୍ଧିବା ଲାଗି ଏଭଳି ଏକ ବ୍ୟାଣ୍ଡ ଆସିଛି, ଯାହାକୁ ବ୍ୟବହାର କରିବା ଦ୍ୱାରା ମୋବାଇଲ ଫୋନ୍‌ ନଉଠାଇ କେବଳ କାନରେ ଆଙ୍ଗୁଳି ଦେଇ କଥା ହୋଇହେବ। ଏହା ଏଭଳି ଓ୍ଵୟାରଲେସ୍‌ ଟେକ୍‌ନୋଲୋଜି ଯାହା ମୋବାଇଲ୍‌ର ବ୍ଲୁଟୁଥ୍‌ ସହିତ ସଂଯୋଗ ରହିଥାଏ। ଏହି ବ୍ୟାଣ୍ଡକୁ ଆପଣ ଘଣ୍ଟାର ଷ୍ଟ୍ରିପ୍‌ସ୍ଥାନରେ ଖଞ୍ଜି ପାରିବେ କିମ୍ବା ରିଷ୍ଟବ୍ୟାଣ୍ଡ ଭଳି ପିନ୍ଧି ପାରିବେ।

ଏହି ବ୍ୟାଣ୍ଡ ପିନ୍ଧି ଥିବା ଅବସ୍ଥାରେ ଯଦି ଆପଣଙ୍କ ଫୋନ୍‌ ଆସେ ତେବେ ଏଥିରେ ଲାଗିଥିବା ଏକ ବଟମ୍‌କୁ ପ୍ରଥମେ ଦବାନ୍ତୁ। ଏହାପରେ ଯେଉଁ ହାତରେ ଏହି ବ୍ୟାଣ୍ଡ ପିନ୍ଧିଛନ୍ତି ସେହି ହାତର ଗୋଟିଏ ଆଙ୍ଗୁଳି ନେଇ କାନରେ ଲଗାନ୍ତୁ। ଏପରି କରିବା ଦ୍ୱାରା ଆପଣ ସହଜରେ ଅନ୍ୟ ଲୋକଙ୍କ ସହ କଥା ହୋଇପାରିବେ। କାରଣ ଏଥିରେ ଯେଉଁ ଟେକ୍‌ନୋଲୋଜି ଖଞ୍ଜା ଯାଇଛି, ତାହା ଆଙ୍ଗୁଳିର ସୃଷ୍ଟି କରୁଥିବା କମ୍ପନ ଜରିଆରେ ସାଉଣ୍ଡ ଟ୍ରାନ୍ସସଫର କରିଥାଏ। ଏହା ହାଡ ଓ ମାଂସପେଶୀ ଜରିଆରେ ଶବ୍ଦକୁ କାନ ପର୍ଯ୍ୟନ୍ତ ପହଞ୍ଚାଇ ଥାଏ। ଏହାକୁ ଟିପ୍‌ଟାକ୍‌ ଓ ଏସ୍‌ଜିଏନ୍‌ କୁହାଯାଉଛି। ଏକ କୋରିୟନ୍‌ କମ୍ପାନି ଏହି ବ୍ୟାଣ୍ଡକୁ ଲଞ୍ଚ କରିଛି।

ସମ୍ବନ୍ଧିତ ଖବର