ଆଠ ଦିନ ବନ୍ଦ ରହିପାରେ ବ୍ୟାଙ୍କ

ନୂଆଦିଲ୍ଲୀ: ଆସନ୍ତା ମାସରେ ଲଗାତାର ୮ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିବାର ଆଶଙ୍କା ରହିଛି। ମାର୍ଚ୍ଚ ୮ ରବିବାର ‌ପଡ଼ୁଥିବାରୁ ସେଦିନ ବ୍ୟାଙ୍କ ବନ୍ଦ ରହିବ। ୯ ଓ ୧୦ ତାରିଖରେ ଦୋଳ ପୂର୍ଣ୍ଣିମା ଓ ହୋଲି ପାଇଁ ବ୍ୟାଙ୍କ ବନ୍ଦ ରହିବ। ଏହାର ପରବର୍ତ୍ତୀ ୩ ଦିନ ଅର୍ଥାତ ମାର୍ଚ୍ଚ ୧୧, ୧୨ ଓ ୧୩‌ ତାରିଖରେ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରିବେ ବୋଲି ପୂର୍ବରୁ ଘୋଷଣା କରିଛନ୍ତି। ମାର୍ଚ୍ଚ ୧୪ ହେଉଛି ମାସର ଦ୍ବିତୀୟ ଶନିବାର ଏବଂ ୧୫ ତାରିଖ ହେଉଛି ରବିବାର। ଏହିଭଳି ଭାବେ ଲଗାତାର ଆଠ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ବନ୍ଦ ରହିପାରେ।

ସମ୍ବନ୍ଧିତ ଖବର