କ୍ରୁତ୍ରିମ ବୁଦ୍ଧିମତ୍ତା ସହ ଆସୁଛି  ଓପୋର ଏ-୭୧  ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ:  ଅଗ୍ରଣୀ ସ୍ମାର୍ଟଫୋନ୍‌ ନିର୍ମାତା ଓପୋ ପକ୍ଷରୁ ଏ-୭୧ ଫୋନ୍‌ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି। ମୁଖ୍ୟତଃ ଯୁବବର୍ଗର ଗ୍ରାହକଙ୍କୁ ଦୃଷ୍ଟିରେ ରଖି ଏହି ୩ ଜିବି ଫୋନ୍‌ ପ୍ରସ୍ତୁତ କରାଯାଇଛି। ଏଥିରେ ଶକ୍ତିଶାଳୀ କ୍ୱାଲକମ୍‌ ସ୍ନାପ୍‌ଡ୍ରାଗନ୍‌ ୪୫୦ ପ୍ରୋସେସର୍‌, ଏଚ୍‌ଡି ସ୍କ୍ରିନ୍‌, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବିୟୁଟି ଜ୍ଞାନକୌଶଳ ଆଦି ବୈଶିଷ୍ଟ୍ୟ ରହିଛି। ଏହାର ମୂଲ୍ୟ ୯,୯୯୦ଟଙ୍କା ଥିବାବେଳେ ଏହା ଫେବୃୟାରୀ ୧୦ ତାରିଖଠାରୁ କମ୍ପାନୀର ଅନ୍‌-ଲାଇନ୍‌ ପାର୍ଟନର୍‌ ଆମାଜନ୍‌, ସ୍ନାପ୍‌ଡିଲ୍‌ ଓ ଫ୍ଲିପ୍‌କାର୍ଟରେ  ଉପଲବ୍ଧ ହେଉଛି। ଏହା ଗୋଲ୍ଡ ଏବଂ ବ୍ଳାକ୍‌ ରଙ୍ଗରେ ଉପଲବ୍ଧ ହେଉଛି। ଏହାର ଏ.ଆଇ. ବିୟୁଟି ସୁବିଧା ସ୍ୱତନ୍ତ୍ର ଭାବେ ଯୁବବର୍ଗଙ୍କୁ ଦୃଷ୍ଟିରେ ରଖି ପ୍ରସ୍ତୁତ କରାଯାଇଛି। ଅର୍ଥାତ୍‌ ଏହା ଆପଣଙ୍କ ଫଟୋଟି କିପରି ସୁନ୍ଦର ଦେଖାଯିବ ତାହା ଆପେ ଆପେ ନିଜସ୍ୱ ବୁଦ୍ଧି ଖଟାଇ ପ୍ରସ୍ତୁତ କରିପାରିବ ।

ଓପୋ ଏ-୭୧ରେ ୩ଜିବି ରାମ୍‌, ୧୬ଜିବି ରମ୍‌, କଲର ଓଏସ୍‌ ୩.୨, ଆଣ୍ଡ୍ରଏଡ୍‌ ୭.୧, ୨୦୦ ଫେସିଆଲ ଫିଚର୍‌, ଏ.ଆଇ. ବିୟୁଟ ଫିଚର, ୬୪-ବିଟ୍‌ ପ୍ରୋସେସର, ୧.୮ ଜିଏଚଜେଡ୍‌, ୧୨.୫% ଦ୍ରୁତ ଓପନିଂ ସ୍ପିଡ୍‌, ୧୪ଏନଏମ୍‌ ପ୍ରୋସେସିଂ ଜ୍ଞାନକୌଶଳ,   ୫ଏମପି ସମ୍ମୁଖ କ୍ୟାମେରା, ଏକ୍ସଟ୍ରା ଲାର୍ଜ ୧.୪ ୟୁଏମ୍‌ ପିକ୍ସଲେ, ୧୩ ଏମପି ପଛ କ୍ୟାମେରା, ୫.୨ ଇଂଚ ଏଚ୍‌ଡି  ସ୍କ୍ରିନ୍‌,  ୨୦୦ରୁ ଅଧିକ ଫେସିଆଲ୍‌ ରିକୋଗୋନାଇଜେସନ୍‌ ସ୍ପଟ୍‌,  କଲର୍‌ ଓଏସ୍‌ ୩.୨, ୧୬ଏନ୍‌ଏମ୍‌ ଅକ୍ଟା-କୋର୍‌ ସିପିୟୁ ପ୍ରୋସେସର୍‌,ଶକ୍ତି ସଂଚୟକାରୀ ସୁବିଧା, ୩୦୦୦ ଏଏଚ୍‌ ବ୍ୟାଟେରୀ ଆଦି ବୈଶିଷ୍ଟ୍ୟ ରହିଛି।

ସମ୍ବନ୍ଧିତ ଖବର