ଏହା କ’ଣ ବ୍ୟବସାୟ ପାଇଁ ଶ୍ରେଷ୍ଠ ସମୟ?

ନୂଆଦିଲ୍ଲୀ: କେଉଁ ସମୟରେ ବ୍ୟବସାୟ ଆରମ୍ଭ କଲେ ତାହା ସଫଳ ହେବ? ଏହି ପ୍ରଶ୍ନର କୌଣସି ନିର୍ଦିଷ୍ଟ ଉତ୍ତର ନାହିଁ। କିନ୍ତୁ ସାରା ବର୍ଷ ଭିତରେ ଏଭଳି ଗୋଟିଏ ପକ୍ଷ ରହଛି ଯେଉଁ ପକ୍ଷରେ ବିଶ୍ୱର ଅନେକ ପ୍ରତିଷ୍ଠିତ କଂପାନି ନିଜର ଯାତ୍ରା ଆରମ୍ଭ କରିଥିଲେ। ଏହି ପକ୍ଷରେ ଅନେକ ସଫଳ ଉଦ୍ୟୋଗପତି ମଧ୍ୟ ଜନ୍ମ ନେଇଛନ୍ତି। ସେହି ପକ୍ଷଟି ହେଉଛି ଅଗଷ୍ଟ ୨୦ରୁ ସେପ୍ଟେମ୍ବର ୫। ଗୁଗୁଲ୍‌, ଏଚ୍‌ପି, ବାଟା ଓ ଟାଟା ଷ୍ଟିଲ୍‌ ଭଳି ବଡ଼ କଂପାନିକୁ ଏହି ପକ୍ଷରେ ସ୍ଥାପନ କରାଯାଇଥିଲା। ସେହିପରି ଏନ୍‌ ଆର୍‌ ନାରାୟଣମୂର୍ତ୍ତି ଓ ସର୍ଜି ବ୍ରିନ୍‌ଙ୍କ ଭଳି ଉଦ୍ୟୋଗପତି ମଧ୍ୟ ଏହି ସମୟରେ ଜନ୍ମ ହୋଇଥିଲେ। ଅଗଷ୍ଟ ୨୪ରେ ବାଟା ଓ ଆଇଟିସିକୁ ପ୍ରତିଷ୍ଠା କରାଯାଇଥିଲା। ଅଗଷ୍ଟ ମାସର ୨୩ ତାରିଖରେ ଏଚ୍‌ପି, ୨୫ରେ ଗ୍ରାସିମ୍‌, ୨୬ରେ ଟାଟା ଷ୍ଟିଲ୍‌, ୨୮ରେ ଟୟୋଟା ଓ ୟୁପିଏସ୍‌ ଓ ୨୯ରେ ଗୁଡ୍‌ଇୟର୍‌ର ସ୍ଥାପନା କରାଯାଇଥିଲା। ସେହିପରି ସେପ୍ଟେମ୍ବର ମାସର ୧ ତାରିଖରେ ଟାଟା ମୋଟର୍ସ, ୨ରେ ୟୁନିଲିଭର୍‌ ଓ ୪ରେ ଗୁଗୁଲ୍‌ ଭଳି କଂପାନିକୁ ପ୍ରତିଷ୍ଠା କରାଯାଇଥିଲା।

ସମ୍ବନ୍ଧିତ ଖବର