ସାବଧାନ ! ଭୁଲରେ ବି ହ୍ଵାର୍ଟ୍ସଆପ୍‌ରେ ଖୋଲନ୍ତୁ ନାହିଁ ଏହି ମେସେଜ

ନୂଆଦିଲ୍ଲୀ : ସୋସିଆଲ ମଡିଆର ଚାହିଦା ବଢ଼ିବା ସହ ଏ ନେଇ ସମସ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କିଛି ଦିନ ପୁର୍ବେ ଫେସବୁକ୍‌ରେ ଭାଇରସ୍‌ ମେସେଜ ଖବର ଆସିଥିବା ବେଳେ ବର୍ତ୍ତମାନ ହ୍ଵାଟ୍ସଆପରେ ଏକ ମେସେଜ ଚହଳ ପକାଇଛି। ଆଜ୍ଞା ହଁ , ହ୍ଵାର୍ଟ୍ସଆପରେ ଏକ ମେସେଜ ସେୟାର ହେଉଛି, ଯାହାକୁ କ୍ଲିକ୍‌ କରିବା ମାତ୍ରେ କିଛି ସମୟ ପାଇଁ ହ୍ଵାଟ୍ସଆପ ହ୍ୟାଙ୍ଗ ହୋଇଯାଉଛି । ଏପରିକି ଆପଣ ଯେ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଆପ୍‌କୁ ବନ୍ଦ କରି ପୁଣି ଖୋଲିନାହାନ୍ତି ସେ ପର୍ଯ୍ୟନ୍ତ ଆପଣଙ୍କ ହ୍ଵାଟ୍ସଆପ କାମ କରିବ ନାହିଁ । ଆସନ୍ତୁ ଜାଣିବା କ’ଣ ରହିଛି ଏହି ମେସେଜ୍‌ ।

navbharattimes

ହ୍ଵାଟ୍ସଆପ୍‌ରେ ଭାଇରାଲ ହେଉଥିବା ଏହି ମେସେଜରେ ଲେଖାଯାଇଛି , ମୁଁ କିଛି ସମୟ ପାଇଁ ଆପଣଙ୍କ ହ୍ଵାଟ୍ସଆପକୁ ହ୍ୟାଙ୍ଗ କରିପାରିବି । ଥରେ କେବଳ ମେସେଜର ତଳେ କ୍ଲିକ୍‌ କରନ୍ତୁ । ମେସେଜ ତଳେ ଲେଖାହୋଇଛି ଏହାକୁ ଛୁଅନ୍ତୁ ନାହିଁ । କିନ୍ତୁ ଆପଣ ଜାଣିଶୁଣି କିମ୍ବା ଭୁଲ ବଶତଃ ଯଦି ତାହାକୁ କ୍ଲିକ୍‌ କରୁଛନ୍ତି ତେବେ ଆପଣଙ୍କ ହ୍ଵାଟ୍ସଆପ ହ୍ୟାଙ୍ଗ ହୋଇଯିବ ଏବଂ କାମ କରିବା ବନ୍ଦ ହୋଇଯିବ ।
ଏହି ମେସେଜରୁ କିଛି କ୍ଷତି ହେଉଥିବାର ଜଣାପଡ଼ି ନ ଥିଲେ ମଧ୍ୟ ଗ୍ରାହକମାନେ ଏ ନେଇ ସୁରକ୍ଷା ଅବଲମ୍ବନ କରନ୍ତୁ ବୋଲି ଆମେ ଚାହିଁବୁ । ତେବେ ଏହି ମେସେଜଟି ହ୍ଵାଟ୍ସଆପ୍‌ େଓ୍ଵବ ଏବଂ ଆଇଓଏସ କିଛି କାମ କରୁନାହିଁ। ଏହା ଅର୍ଥ କୌଣସି ବ୍ୟକ୍ତି ଏହି ମେସେଜକୁ କେବଳ ଆନଡ଼୍ରୋଏଡ଼ ଫୋନ ପାଇଁ କୌତୁହଳ ସୃଷ୍ଟି କରିବାକୁ ପ୍ରସ୍ତୁତ କରିଛନ୍ତି ।

ସମ୍ବନ୍ଧିତ ଖବର