ଚାକିରି ଛାଡ଼ିଲେ ୩ ମାସର ଦରମା ଦେଉଛି ଆମାଜନ, ନୂଆ ବ୍ୟବସାୟ ଆରମ୍ଭ କରିବା ପାଇଁ ଦେଉଛି ୭ଲକ୍ଷ ଟଙ୍କା 

ନୂଆଦିଲ୍ଲୀ : କୌଣସି ବି କମ୍ପାନୀ ନିଜର ବ୍ୟବସାୟ ବଢ଼ାଇବା ପାଇଁ ଅଧିକରୁ ଅଧିକ କର୍ମଚାରୀମାନଙ୍କୁ ନିଯୁକ୍ତି ଦେଇଥାଏ । କିନ୍ତୁ ଏପରି ଏକ କମ୍ପାନୀ  ରହିଛି, ଯିଏ ନିଜର କର୍ମଚାରୀମାନଙ୍କୁ ଚାକିରି ଛାଡ଼ିବା ପାଇଁ କହୁଥିବା ଜଣାପଡ଼ିଛି । କମ୍ପାନୀଟି ହେଉଛି ବିଶ୍ୱର ସବୁଠାରୁ ବଡ଼ ଇକମର୍ସ କମ୍ପାନୀ- ଆମାଜନ । ଆମାଜନ ନିଜ କର୍ମଚାରୀମାନଙ୍କୁ ଚାକିରି ଛାଡ଼ି ବ୍ୟବସାୟ କରିବାର ଅଫର ଦେବା ଆରମ୍ଭ କରିଛି । ଚାକିରି ଛାଡ଼ି ଡେଲିଭରି ବ୍ୟବସାୟ କରିବା ପାଇଁ ଆମାଜନ ନିଜ କର୍ମଚାରୀମାନଙ୍କୁ କହିବା ସହ ବ୍ୟବସାୟ ଆରମ୍ଭ କରିବା ପାଇଁ ୭ଲକ୍ଷ ଟଙ୍କା ସାହାଯ୍ୟ ମଧ୍ୟ ଦେଉଛି ।

bhaskar.com

ସୂଚନା ମୁତାବକ, ଆମାଜନ ନିଜ ଡେଲିଭରି ବ୍ୟବସାୟ ବଢ଼ାଇବାକୁ ଚାହୁଁଥିବାରୁ ଏପରି ଉପାୟ ଆପଣାଇଛି । ଆମାଜନର ପ୍ରାଇମ୍‌ ମେମ୍ବର୍ସକୁ ଏବେ ୨ଦିନ ମଧ୍ୟରେ ଅର୍ଡର ମିଳୁଥିବା ବେଳେ ଆମାଜନ ଏହାକୁ ଗୋଟେ ଦିନ କରିବାକୁ ଚାହୁଁଛି, ଯାହା ପାଇଁ ସେ ନିଜ କର୍ମଚାରୀଙ୍କୁ ଚାକିରି ଛାଡ଼ି ଡେଲିଭରି ବ୍ୟବସାୟ ଆରମ୍ଭ କରିବାକୁ କହୁଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର