ଟିକ୍‌ ଟକ୍‌ର ସଚେତନତା ଅଭିଯାନ

ଭୁବନେଶ୍ବର: ଅଭିଭାବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଟିକ୍ ଟକ୍ ପକ୍ଷରୁ ଅଭିଯାନ ଆରମ୍ଭ କରାଯାଇଛି। ପିଲାମା‌ନେ ଟିକ୍ ଟକ୍ ବ୍ୟବହାର କରିବା ବେଳେ କେଉଁ ବିଷୟ ପ୍ରତି ଧ୍ୟାନ ଦିଆଯିବା ଦରକାର ତାହା ଅଭିଭାବକମାନଙ୍କୁ ବୁଝାଇବାକୁ ପ୍ରୟାସ କରାଯାଉଛି। ୧୩ ବର୍ଷରୁ ଅଧିକ ବୟସର ପିଲାମାନେ ହିଁ ଟିକ୍ ଟକ୍‌ରେ ନିଜର ଆକାଉଣ୍ଟ୍‌ ଖୋଲିପାରିବେ। ଏଥିରେ ଡିଜିଟାଲ୍ ୱେଲ୍‌ବିଙ୍ଗ ଓ ସ୍କ୍ରିନ୍ ଟାଇମ୍ ମ୍ୟାନେଜମେଣ୍ଟ୍‌ ଭଳି ନିରାପତ୍ତା ବୈଶିଷ୍ଟ୍ୟ ମଧ୍ୟ ରହିଛି ବୋଲି କଂପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର