ଚାଇନିଜ୍ ଭିଡିଓ ଆପ୍ ‘ଟିକ୍‌-ଟକ୍‌’ ଉପରୁ ପ୍ରତିବନ୍ଧକ ହଟାଇଲେ ମାଡ୍ରାସ ହାଇକୋର୍ଟ

ଚେନ୍ନାଇ : ବୁଧବାର ଟିକ୍‌-ଟକ୍‌ ଭିଡିଓ ଆପ୍ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ହଟାଇଛନ୍ତି ମାଡ୍ରାସ୍‌ ହାଇକୋର୍ଟ । ଏବେ ପୁଣି ଥରେ ଲୋକମାନେ ଏହାର ବ୍ୟବହାର କରି ପାରିବେ ବୋଲି ମାଡ୍ରାସ୍‌ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ସୂଚନା ମୁତାବକ, ଟିକ୍‌-ଟକ୍‌ ଆପ୍‌ରେ ବିଭିନ୍ନ ରାଜନେତା ଏବଂ ପୁଲିସକର୍ମୀମାନଙ୍କୁ ଟ୍ରୋଲ କରାଯାଉଥିବାର ଭିଡିଓ ଦେଖାଯିବାରୁ ଏହା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦାବି ଆରମ୍ଭ ହୋଇଥିଲା । କିଛି ଯୁବକ ଲୋକପ୍ରିୟତା ପାଇଁ ପର୍ଣ୍ଣ ଭିଡିଓ ସହ ଅଶାଳୀନ ମନେ ହେଉଥିବା ଭିଡିଓ ପୋଷ୍ଟ କରିବା ପରେ ମାଡ୍ରାସ ହାଇକୋର୍ଟ ଏହା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆଦେଶ ଦେଇଥିଲା ।

The Hans India

ଏଭଳି ଆଦେଶ ଆସିବା ପରେ ଟିକ୍‌-ଟକ୍‌ ପ୍ରସ୍ତୁତକାରୀ କମ୍ପାନି ବାଇଟେଡାନ୍ସ ଆପ୍‌ରୁ ୬ଲକ୍ଷ ଆପତ୍ତିଜନକ ଭିଡିଓ ହଟାଇ ଦିଆଯାଇଥିବା ନେଇ ସୂଚନା ଦେବା ସହ ଏହା ଉପରେ ପ୍ରତିବନ୍ଧକ ଲଗାଯିବାକୁ ନେଇ ବିରୋଧ କରିଥିଲେ । ଏହା ସହ ସର୍ବୋଚ୍ଚ ନ୍ୟାୟଳୟରେ ନିଷେଧାଦେଶ ହଟାଇବା ଲାଗି ଆବେଦନ କରିଥିଲେ । ପ୍ରଥମେ ସର୍ବୋଚ୍ଚ ନ୍ୟାୟଳୟ ଏ ନେଇ ହସ୍ତକ୍ଷେପ କରିବାକୁ ଚାହୁଁ ନ ଥିବା ବେଳେ ପରେ ଏପ୍ରିଲ ୨୨ରେ ମାଡ୍ରାସ ହାଇକୋର୍ଟଙ୍କୁ ଏହି ମାମଲାକୁ ନେଇ ଏପ୍ରିଲ ୨୪ ସୁଦ୍ଧା ଶୁଣାଣି କରିବାକୁ ଆଦେଶ ଦେଇଥିଲେ । ଆଜି ମାଡ୍ରାସ ହାଇକୋର୍ଟ ମାମଲାର  ଶୁଣାଣି କରି ଟିକ୍‌-ଟକ୍‌ ଉପରୁ ପ୍ରତିବନ୍ଧକ ହଟାଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର