ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ, ହ୍ଵାଟ୍‌ସଆପ୍‌, ସ୍ନାପ୍‌ଚାଟ ଓ ୟୁଟ୍ୟୁବ୍‌ ପରି ଲୋକପ୍ରିୟ ଆପ୍‌ଗୁଡ଼ିକୁ ପଛରେ ପକାଇଲା ‘ଟିକ୍‌ଟକ୍‌’

ମୁମ୍ବାଇ: ଫେସ୍‌ବୁକ୍‌, ଇନ୍‌ଷ୍ଟାଗ୍ରାମ, ହ୍ଵାଟ୍‌ସଆପ୍‌, ସ୍ନାପ୍‌ଚାଟ ଓ ୟୁଟ୍ୟୁବ୍‌ ପରି ଲୋକପ୍ରିୟ ଆପ୍‌ଗୁଡ଼ିକୁ ପଛରେ ପକାଇଛି ମିୟୁଜିକାଲ୍‌ ଆପ୍‌ ଟିକ୍‌ଟକ୍‌। ଗତ ସେପ୍ଟେମ୍ବରରେ ଏହି ଆପ୍‌କୁ ଆପ୍‌ ଷ୍ଟୋର୍‌ରୁ ଅନ୍ୟ ଆପ୍‌ ଠାରୁ ବେଶି ଡାଉନ୍‌ଲୋଡ କରିଛନ୍ତି ବ୍ୟବହାରକାରୀ। ସର୍ଟ ଭିଡିଓ ତିଆରି କରି ହେଉଥିବା ଟିକ୍‌ଟକ୍‌ ଆପ୍‌ ପ୍ରତି ଲୋକଙ୍କ ଭିତରେ ବିଶେଷ ଉତ୍ସୁକତା ରହିଛି। ଏହାକୁ ଡାଉନ୍‌ଲୋଡ୍‌ କରି ବ୍ୟବହାରକାରୀମାନେ କୌଣସି ଗୀତ କିମ୍ବା ଚଳଚ୍ଚିତ୍ର ସଂଳାପକୁ ବ୍ୟାକ୍‌ଗ୍ରାଉଣ୍ଡ୍‌ରେ ଦେଇ ଅଭିନୟ କରି ନିଜର ଭିଡିଓ ବନାଇ ମଜ୍ଜା ଉଠାଉଛନ୍ତି।

ଆପ୍‌ଟି ଚଳିତବର୍ଷ ଅଗଷ୍ଟ ୩୧ରେ ଲଞ୍ଚ୍‌ ହେବା ପରେ ଏହାର ଏବେ ସୁଦ୍ଧା ପ୍ରାୟ ୩.୮୧ ବିଲିୟନ୍‌ ବ୍ୟବହାରକାରୀ  ହୋଇ ସାରିଲେଣି। ଅକ୍ଟୋବର ୩୦ରେ ଏହି କେବଳ ଆପ୍‌ଟିକୁ ୪୨.୪ ଲୋକେ ଆପ୍‌ ଷ୍ଟୋର୍‌ରେ ସର୍ଚ କରିଥିବାର ରିପୋର୍ଟ ରହିଛି। ଟିକ୍‌ଟକ୍‌ରେ ଏନ୍‌ଗେଜ୍‌ମେଣ୍ଟ ରହିଛି ୨୯ ପ୍ରତିଶତ। ଜୁନ୍‌ ମାସରେ ଏହି ଆପ୍‌କୁ ଚୀନରେ ଲୋକେ ଭିନ୍ନ ନାମରେ ଜାଣୁଥିଲେ। ଏବେ ଏହି ଆପ୍‌ର ସକ୍ରିୟ ବ୍ୟବହାରକାରୀଙ୍କ ଗଣନା କରିବାରୁ ଜାଣିବାକୁ ମିଳିଛି ଯେ ପୂରା ବିଶ୍ୱରେ ମାସକୁ ୫୦୦ ମିଲିୟନ୍‌ ବ୍ୟବହାରକାରୀ ଏହି ଆପ୍‌ର ରହିଛନ୍ତି।

ସମ୍ବନ୍ଧିତ ଖବର