ଦୀପାବଳି ଉପଲକ୍ଷେ ଟାଇଟନ ଆଣିଲା ନୂଆ ଓ୍ଵାଚ କଲେକ୍ସନ

ଭୁବନେଶ୍ୱର : ଏହି ଉତ୍ସବ ସିଜନ୍‌ରେ ଟାଇଟାନ୍‌ ପକ୍ଷରୁ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଦୁଇଟି ଆକର୍ଷଣୀୟ କଲେକ୍ସନ ଉନ୍ମୋଚନ କରାଯାଇଛି। ତାହା ହେଉଛି ଟାଇଟାନ୍‌ ଗ୍ରାଣ୍ଡ୍‌ମାଷ୍ଟର୍‌ ଓ ରାଗା ‘ଆଇ ଆମ୍‌’। ଟାଇଟାନ୍‌ର ରାଗା ଉତ୍ସବ ଉତ୍ପାଦରେ ‘ଆଇ ଆମ୍‌’ ସମ୍ଭାର, ପ୍ରକୃତିକର ସୁବୁଠୁ ସ୍ୱତନ୍ତ୍ର ସୌନ୍ଦର୍ଯ୍ୟ ଓ ଡିଜାଇନ୍‌କୁ ଆଣିଛି। ଏହି ସମ୍ଭାରରେ ବ୍ୟବହାର କରାଯାଇଛି ଆକର୍ଷଣୀୟ ଆସିମେଟ୍ରିକ୍‌ ଡାଏଲ୍‌, ଅସାଧାରଣ ଗ୍ଲସି, ବିଟେନ୍‌, ସାଟିନ୍‌ ଓ ବ୍ରସଡ୍‌ ମେଟାଲ୍‌ ଫିନିସ୍‌, ସ୍ୱତନ୍ତ୍ର ସାରୋସ୍କି କ୍ରିଷ୍ଟାଲ ଦ୍ୱାରା କାରିଗରୀ, ସୁନ୍ଦର ମଦର ଅଫ ପର୍ଲ ଓ ପ୍ରତିଫଳିତ-ମାର୍ବଲ୍‌ ଡାଏଲ୍‌ ଫିନିସ୍‌ ମଧ୍ୟ ବ୍ୟବହାର କରାଯାଇଛି। ମୂଲ୍ୟ ୪୯୯୫ ଟଙ୍କାରୁ ୧୪,୯୯୫ ଟଙ୍କା ରହିଛି। ଟାଇଟାନ୍‌ ରାଗାର ଆଇ ଆମ୍‌ ସମ୍ଭାର ୯ଟି କେସ୍‌ ଓ ୧୫ଟି ବିଭିନ୍ନ ଭାରିଆଣ୍ଟରେ ଆକର୍ଷଣୀୟ ପାରମ୍ପରିକ ବ୍ରେସ୍‌ଲେଟ୍‌ ଓ ଆକ୍‌ସେସୋରିଜ୍‌ ସହିତ ଆସୁଛି। ତେବେ କ୍ରିଷ୍ଟାଲ୍‌, ଅମ୍ବର, ଫ୍ରଷ୍ଟ, ସ୍ପାର୍କଲ୍‌ ଓ ଆହୁରି ବହୁତ କିଛି ମଧ୍ୟରୁ ଯେକୌଣସି ଗୋଟିଏ ଚୟନ କର‘ୁ ଯାହାକୁ ସମ୍ପୂର୍ଣ୍ଣ ରୂପେ ପ୍ରକୃତି ଦ୍ୱାରା ଅନୁପ୍ରାଣିତ ହୋଇ ପ୍ରସ୍ତୁତ କରାଯାଇଛି ।

ସମ୍ବନ୍ଧିତ ଖବର