ଆଲେନ୍ ସାର୍ପ ପରୀକ୍ଷା ଆଜି

ଭୁବନେଶ୍ବର: ଆଲେନ୍‌ କ୍ୟାରିଅର ଇନ୍‌ଷ୍ଟିଚ୍ୟୁଟ୍ ପକ୍ଷରୁ ରବିବାର ଭୁବନେଶ୍ବରଠାରେ ସାର୍ପ ପରୀକ୍ଷା ଅନୁଷ୍ଠିତ ହେବ। ସପ୍ତମରୁ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଜ୍ଞାନ ପଢ଼ୁଥିବା ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେଇପାରିବେ। ପରୀକ୍ଷା ଫଳକୁ ଭିତ୍ତିକରି କେତେକ ଛାତ୍ରଛାତ୍ରୀଙ୍କୁ ୯୦ ପ୍ରତିଶତ ପର୍ଯ୍ୟନ୍ତ ମେଧାବୃ୍ତ୍ତି ଆଲେନ୍‌ର କ୍ଲାସରୁମ୍ ପାଠ୍ୟକ୍ରମ ପାଇଁ ଦିଆଯିବ। ଏତଦବ୍ୟତୀତ ଯେଉଁ ଛାତ୍ରଛାତ୍ରୀମାନେ ଏହି ପରୀକ୍ଷା ଦେବେ ସେମାନଙ୍କୁ ସମସ୍ତଙ୍କୁ ଆଲେନ କ୍ୟାରିଅର ଇନଷ୍ଟିଚ୍ୟୁଟ୍ ଫି’ରେ ୧୦% ରିହାତି ଦିଆଯିବ। ଚଳିତ ମାସ ଶେଷ ସପ୍ତାହରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର