ଟେଲିକମ୍ କମ୍ପାନି ଆଜି ଜମା କରିପାରନ୍ତି ଏଜିଆର୍ ରାଶି

ନୂଆଦିଲ୍ଲୀ: ଭାରତୀ ଏୟାରଟେଲ, ଭୋଡାଫୋନ୍ ଆଇଡିଆ ଏବଂ ଟାଟା ଟେଲିସର୍ଭିସେସ୍ ଟେଲିକମ୍ ବିଭାଗ ନିକଟରେ ସୋମବାର ସେମାନଙ୍କ ଏଜିଆର୍ ବାବଦ ରାଶି ଜମା କରିବା ସମ୍ଭାବନା ରହିଛି। ଡଟ୍ ପକ୍ଷରୁ ସମ୍ଭାବ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ କମ୍ପାନି ଗୁଡ଼ିକ କିଛିମାତ୍ରାରେ ଏଜିଆର ଦାଖଲ କରିପାରନ୍ତି ବୋଲି ଏକ ସୂତ୍ରରୁ ଜଣାଯାଇଛି। କମ୍ପାନି ଗୁଡ଼ିକ କେତେ ରାଶି ଜମା କରୁଛନ୍ତି ତାହାକୁ ଦେଖି ଡଟ୍ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନେବ। ଏହି ତିନି କମ୍ପାନି ଉପରେ ଏଜିଆର୍ ବାବଦରେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି ବାକି ପଡ଼ିଛି। ଆସନ୍ତା ୨୦ ତାରିଖ ସୁ୍ଦ୍ଧା ୧୦ ହଜାର କୋଟି ଟଙ୍କା ପ୍ରଦାନ କରିବ ବୋଲି ପୂର୍ବରୁ ଏୟାରଟେଲ କହିଥିଲା। କିନ୍ତୁ ଡଟ୍ ଏତେଦିନ ସମୟ ଏହି କମ୍ପାନିକୁ ଦେବନାହିଁ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର