ତୈଳ ଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ: ଦେଶରେ ଲଗାତର ଭାବରେ ପେଟ୍ରୋଲ ଓ ଡିଜେଲ ଦର ବଢିବାରେ ଲାଗିଛି। ତେବେ ଆଜି ପୁଣିଥରେ ଦେଶରେ ଲଗାତାର ତୈଳଦର ବୃଦ୍ଧି ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ଆସନ୍ତାକାଲି ତୈଳଦର ବୃଦ୍ଧିକୁ ପ୍ରତିବାଦ କରି ସାରା ଦେଶରେ ବନ୍ଦ ଡାକରା ଦେଇଛି କଂଗ୍ରେସ। ତେବେ ଏହାର ଠିକ ୧ ଦିନ ପୂର୍ବରୁ ପୁଣି ଥରେ ତୈଳଦର ବୃଦ୍ଧି ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ସମୟରେ ଦିଲ୍ଲୀରେ ପେଟ୍ରୋଲ ୮୦.୫୦ ପଇସା ଥିବା ବେଳେ ଡିଜେଲ ୭୨.୬୨ ପଇସାରେ ପହଚିଂଛି। ତେବେ ସାରା ଦେଶରେ ପେଟ୍ରୋଲ ଦରରେ ଅସୀମିତ ଭାବରେ ମୂଲ୍ୟ ବୃଦ୍ଧି ହେଉଥିବାରୁ ସାଧାରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଓଡିଶାରେ ମଧ୍ୟ ସମାନ ସ୍ଥିିତି ଉପୁଜିଛି।

ଏଠାରେ ମଧ୍ୟ ପେଟ୍ରୋଲ ଦର ୮୦ ଉପରେ ରହିଛି। ତେବେ ଭାରତରେ ଏପରି ତୈଳଦର ବଢୁଥିବା ସମୟରେ ଆଗକୁ ଆହୁରି ବଢିବ ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସେପଟେ ତୈଳଦର ପ୍ରସଙ୍ଗରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୈାଧୀତ ତୈଳଦର ବୃଦ୍ଧି ହେଉଥିବାରୁ ଭାରତରେ ମଧ୍ୟ ଏପରି ଭାବରେ ତୈଳଦର ବୃଦ୍ଧି ହେଉଛି। ତେବେ ଏହାକୁ ଜିଏଟି ଅନ୍ତର୍ଭୁକ୍ତ କଲେ ଦର କମିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସେପଟେ ଦେଶରେ ଥିବା ବିରୋଧୀ ଦଳଗୁଡିକ କହିଛନ୍ତି ଯେ, ମୋଦି ନିଜ ଭାଷଣରେ ହିଁ ସୀମିତ ରହୁଛନ୍ତି। ଆଚ୍ଛାଦିନର ନାରା ଦେଇ ମୋଦି ସରକାର କେବଳ ଲୋକମାନଙ୍କୁ ଅସୁବିଧାରେ ପକାଉଛନ୍ତି ବୋଲି ଶିବସେନା ଦଳର ଜଣେ ବରିଷ୍ଠ ନେତା ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧିତ ଖବର