ତୋଷାଳି ସିମେଣ୍ଟ୍‌ର ଚୌଦ୍ୱାର କାରଖାନା ଉଦ୍‌ଘାଟିତ

ଭୁବନେଶ୍ୱର: ଚୌଦ୍ୱାରଠାରେ ତୋଷାଳି ସିମେଣ୍ଟ୍‌ ନିର୍ମାଣ କରିଥିବା କାରଖାନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରୁ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ କାରଖାନା ପରିସରରେ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେଠାରେ ଇଡ୍‌କୋର ବରିଷ୍ଠ ଅଧିକାରୀ କୈଳାଶ ଚନ୍ଦ୍ର ଦାସ, କଂପାନିର କାର୍ଯ୍ୟନିର୍ବାହୀ ନିର୍ଦେଶକ ଭି ଏସ୍‌ ସି ବୋଷ, ଉପସଭାପତି ଏନ୍‌ ଶ୍ରୀନିବାସନ ରାଓ, ବରିଷ୍ଠ ମହାପ୍ରବନ୍ଧକ ଏମ୍‌ କେ ମହାନ୍ତି ଓ ଅର୍ଥ ବିଭାଗର ଧନଞ୍ଜୟ ଟେକ୍‌ମେଲ୍‌କର୍‌ ଉପସ୍ଥିତ ଥିଲେ। ଏହି କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ହେଉଛି ୪ ଲକ୍ଷ ଟନ୍‌। ଏଠାରେ ଓପିସି, ପିପିସି ଓ ପିଏସ୍‌ସି ଗ୍ରେଡ୍‌ର ସିମେଣ୍ଟ୍‌ ଉତ୍ପାଦନ କରାଯିବ।

ସମ୍ବନ୍ଧିତ ଖବର