ଭ୍ରମଣ ସମୟରେ ନିଜର ଅର୍ଥକୁ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି କି?

ଭ୍ରମଣରେ ଯିବାପୂର୍ବରୁ ଆମେ ସାଧାରଣତଃ ନିଜ ପାଖରେ କିଛି ଟଙ୍କା ନିଜ ପାଖରେ ରଖିଥାଉ। ଯଦି ଆପଣ ଉପରୋକ୍ତ ଛୋଟ ଛୋଟ ଦିଗ ପ୍ରତି ଧ୍ୟାନ ଦିଅନ୍ତି, ତେବେ ନିଜର ଅର୍ଥକୁ ଯାତ୍ରା ସମୟରେ ସୁରକ୍ଷିତ ରଖିପାରିବେ ।

ଅନେକ ସମୟରେ ଭ୍ରମଣ ସମୟରେ ଆମକୁ ସହଯାତ୍ରୀମାନଙ୍କ ସମ୍ମୁଖରେ ବାରମ୍ବାର ଟଙ୍କା କାଢ଼ିବାକୁ ପଡିଥାଏ । ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ଖାଇବା ଖର୍ଚ୍ଚ ପାଇଁ କିଛି ଟଙ୍କା ଅଲଗାଭାବେ ପ୍ୟାଣ୍ଟ୍‌ କିମ୍ବା ସାର୍ଟ ପକେଟ୍‌ ବା ପର୍ସରେ ରଖନ୍ତୁ । ଆଜିକାଲି ବଜାରରେ ଭିନ୍ନଭିନ୍ନ ପ୍ରକାରର ଲଗେଜ୍‌ ବ୍ୟାଗ୍‌, ଆଣ୍ଟି ଥେଫ୍ଟ ବ୍ୟାଗ୍‌, ପର୍ସ, ବ୍ୟାଙ୍କ୍‌ ପ୍ୟାକ୍ସ ଆଦି ମିଳୁଛି ।

PHOTO-MONEYCRASHER.COM

ଯଦି ଆପଣ ଯାତ୍ରା ସମୟରେ ନିଜ ସାଙ୍ଗରେ ଆଭୂଷଣ ବା କୌଣସି ଅନ୍ୟ ମୂଲ୍ୟବାନ୍‌ ସାମଗ୍ରୀ ନେଉଥାନ୍ତି, ତେବେ ସର୍ବପ୍ରଥମେ ତାକୁ ହୋଟେଲ୍‌ର ଲକର୍‌ରେ ଜମା କରି ଦିଅନ୍ତୁ । ଯଦି ଆପଣଙ୍କର ଭୁଲିଯିବାର ଅଭ୍ୟାସ ରହିଛି, ତେବେ ମୋବାଇଲ୍‌ରେ ରିମାଇଣ୍ଡର ଲଗାନ୍ତୁ । ଯଦି ବିଦେଶ ଭ୍ରମଣରେ ଯାଉଥାଆନ୍ତି ତେବେ ସେଠାରେ ପ୍ରଚଳିତ ‘ମୁଦ୍ରା’ ସଂପର୍କରେ ଜାଣି ନିଜ ପାଖରେ ରଖନ୍ତୁ । ଯିବା ପୂର୍ବରୁ ଦେଶର ଏକ୍ସଚେଞ୍ଜ କରାଯାଇଥିବା ମୁଦ୍ରା ମଧ୍ୟ ସୁରକ୍ଷିତ ଜାଗାରେ ରଖିବାକୁ ଭୁଲନ୍ତୁ ନାହିଁ ।

ୟୁନିର୍ଭସାଲ୍‌ କେଡ୍ରିଟ୍‌ କାଡ୍‌ର୍ ଓ ଏଥି ସହିତ ଆବଶ୍ୟକୀୟ ନଥିପତ୍ର ଯଥା ପରିଚୟ ପତ୍ର, ଇନ୍‌ସ୍ୟୁରାନ୍ସ କାଡ୍‌ର୍ ଆଦି ସୁରକ୍ଷିତ ରଖନ୍ତୁ । ଟ୍ରାଭେଲ୍‌ କାଡ୍‌ର୍ ଏକ ସୁରକ୍ଷିତ ବିକଳ୍ପ , ଯେଉଁଥିରେ ଆପଣ ଯାତ୍ରାରେ ଯିବା ପୂର୍ବରୁ କିଛି ଟଙ୍କା ଡିପୋଜିଟ୍‌ କରି ନିଅନ୍ତୁ । ଏହି ସବୁ ଛୋଟ ଛୋଟ ଦିଗ ପ୍ରତି ଧ୍ୟାନ ଦିଆଗଲେ, ନିଜର ଅର୍ଥକୁ ଯାତ୍ରା ସମୟରେ ସୁରକ୍ଷିତ ରଖିପାରିବେ ।

 

ସମ୍ବନ୍ଧିତ ଖବର