ଟୟୋଟା କିଲୋସ୍କର ପକ୍ଷରୁ ୟାରିସ୍‌ର ଡେଲିଭରି ଆରମ୍ଭ

ନୂଆଦିଲ୍ଲୀ : ଟୟୋଟା କିଲୋସ୍କର ମୋଟର ପକ୍ଷରୁ ଟୟୋଟା ୟାରିସ୍‌ର ଡେଲିଭରି ଆରମ୍ଭ ହୋଇଛି। କମ୍ପାନୀ ୧୦୦୦ରୁ ଅଧିକ ୟାରିସ୍‌ ଡେଲିଭରି ଦେବା ପାଇଁ ଯୋଜନା ରହଛି। ଏନେଇ ଗ୍ରାହକ ସେମାନଙ୍କର ବୁକିଂ ଯେ କୌଣସି ସ୍ୱୀକୃତି ପ୍ରାପ୍ତ ଟୟୋଟା ବିତରକଙ୍କ ପାଖରେ କରିପାରିବେ।ଏହା ୨୦୧୮ ଅଟୋ ଏକ୍ସପୋରେ ବେଶ୍‌ ସଫଳ ରହିଥିଲା। ଏହାର ବିଭିନ୍ନ ଭ୍ୟାରିଆଂଟ୍‌ର ମୂଲ୍ୟ ୮,୭୫,୦୦୦ଟଙ୍କାରୁ ୧୪୦୭,୦୦୦ଟଙ୍କା ରହିଛି। ଏହା ଟୟୋଟାର ଗୁଣବତା, ସ୍ଥାୟୀତ୍ୱ ଓ ବିଶ୍ୱାସନୀୟତାକୁ ପ୍ରତିପାଦିତ କରିବାକୁ ସକ୍ଷମ ହେବ । ୟାରିସ୍‌ ବିଳାସପୂର୍ଣ୍ଣ ଆରାମଦାୟକ ଶ୍ରେଣୀର ପ୍ରିମିୟମ ଯାନ ମଧ୍ୟରେ ବିଶେଷ ଆଦୃତି ଲାଭ କରିବାକୁ ସକ୍ଷମ ହେବ। ପ୍ରଥମ କାର୍‌ ଭାବେ ଏହା ଏହି ସେଗମେଣ୍ଟରେ ୧୦ ଲକ୍ଷ ପର୍ଯ୍ୟନ୍ତ ସିଭିଟି ସୁବିଧା ଉପଲବ୍ଧ କରାଉଛି। ମଇ ଶେଷ ସୁଦ୍ଧା ୪୦୦ରୁ ଅଧିକ ୟାରିସ୍‌ ଦେଶବ୍ୟାପି ବିତରଣ ହେବାର ସମ୍ଭାବନା ରହିଛି । ଏହା ଜେ, ଜି, ଭି, ଭିଏକ୍ସ ଭ୍ୟାରଆଣ୍ଟରେ ଏମ୍‌ଟି ଏବଂ ସିଭିଟି ମଡେଲରେ ଉପଲବ୍ଧ ହେବ। ଯଥାକ୍ରମେ ଏଗୁଡିକର ମୂଲ୍ୟ ୮,୭୫,୦୦୦ ଟଙ୍କା ଓ ୯୯୫,୦୦୦ ଟଙ୍କା, ୧୦,୫୬,୦୦୦ଟଙ୍କା ଓ ୧୧,୭୬,୦୦୦ ଟଙ୍କା, ୧୧,୭୦,୦୦୦ ଟଙ୍କା ଓ ୧୨,୯୦,୦୦୦ ଟଙ୍କା, ୧୨୮୫,୦୦୦ଟଙ୍କା ଓ ୧୪୦୭,୦୦୦ ଟଙ୍କା ରହିଛି । ଏହା ୭ ସ୍ପିଡ୍‌ ସିଭିଟି ଏବଂ ୬ ସ୍ପିଡ୍‌ ଏମ୍‌ଟି ମଡେଲରେ ଉପଲବ୍ଧ। ଏଥିରେ ୭ ଏସ୍‌ଆର୍‌ଏସ୍‌ ଏୟାର ବ୍ୟାଗ୍‌, ପାୱାର ଡ୍ରାଇଭ୍‌ ସିଟ୍‌, ସମସ୍ତ ୪ ଚକରେ ଡିକ୍ସ୍‌ ବ୍ରେକ୍‌, ସମ୍ମୁଖ ଓ ପଛ ପାର୍କିଂ ସେନସର୍‌, ଆଣ୍ଟି ଲକ୍‌ ବ୍ରେକିଂ ସିଷ୍ଟମ୍‌, ଟାୟାର ପ୍ରେସର ମନିଟରିଂ ସିଷ୍ଟମ୍‌, ଭେଇକିଲ୍‌ ଷ୍ଟାବିଲିଟି କଂଟ୍ରୋଲ, ଇଲୋକ୍ଟେନିକ୍ସ୍‌ ବ୍ରେକ୍‌ ଡିଷ୍ଟ୍ରିବ୍ୟୁସନ୍‌, ରୁଫ୍‌ ମାଉଣ୍ଟେଡ୍‌ ଏୟାର ଭେଣ୍ଟ, ଟିପିଏମ୍‌ଏସ୍‌, ୬୦:୪୦ ସ୍ପ୍ଲିଟ୍‌ ରିୟର ସିଟ୍‌, ଟଚ୍‌ ସ୍କ୍ରିନ୍‌ ନାଭିଗେସନ୍‌, ସିଭିଟି ଏବଂ କ୍ରୁଏଜ୍‌ କଣ୍ଟ୍ରୋଲ ପାଇଁ ପାଡେଲ ସିଫ୍ଟ, ପୁଶ୍‌ ଷ୍ଟାର୍ଟ, ଏଲଇଡି ଲାଇନ୍‌ ଗାଇଡ୍‌ ହେଡ୍‌ ଲ୍ୟାଭ୍‌ପ୍‌ ଏବଂ ଟେଲ୍‌ ଲ୍ୟାଭ୍‌ପ୍‌, ପିଆନୋ ବ୍ଲାକ୍‌ ଆଭ୍ୟ‘ରୀଣ, ୱାଟର ଫଲ ଡିଜାଇନିଂ ଆଦି ବୈଶିଷ୍ଟ୍ୟ ରହିଛି।

ସମ୍ବନ୍ଧିତ ଖବର