ରାଜପଥ ଓ ରେଳପଥରେ ଟ୍ରାଇ କଲ ଡ୍ରପ୍‌ ପରୀକ୍ଷାରେ ଜିଓ ପାସ୍

ନୂଆଦିଲ୍ଲୀ: ଟେଲିକମ୍‌ ନିୟାମକ ପ୍ରାଧିକରଣ (ଟ୍ରାଇ)ପକ୍ଷରୁ ବିଭିନ୍ନ ରାଜପଥ ଏବଂ ରେଳପଥରେ କରାଯାଇଥିବା କଲ ଡ୍ରପ ପରୀକ୍ଷାରେ ଏକମାତ୍ର ସେବା ପ୍ରଦାନକାରୀ ଭାବେ ଜିଓ ସଫଳ ହୋଇଥିବା ଜଣାପଡ଼ିଛି ।

ଟ୍ରାଇ ଦ୍ୱାରା ଗତ ଗୁରୁବାର ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରାଜପଥରେ ଟେଲିକମ୍‌ କମ୍ପାନିମାନଙ୍କ ପ୍ରଦର୍ଶନ ଭିନ୍ନଭିନ୍ନ ରହିଛି। ଜିଓ ବ୍ୟତୀତ ଅନ୍ୟ ସମସ୍ତ କମ୍ପାନି କଲ ଡ୍ରପ ପରୀକ୍ଷାରେ ଫେଲ ମାରିଥିବା କୁହାଯାଇଛି। କେବଳ ରିଲାଏନ୍ସ ଜିଓ ସେବା ଡ୍ରାପ କଲ ହାରରେ ଗୁଣାତ୍ମକମାନକୁ ବଜାୟ ରଖିବାରେ ସଫଳ ହୋଇଛି।

ଟ୍ରାଇପକ୍ଷରୁ ଏହି ପରୀକ୍ଷା ଆସାନସୋଲରୁ ଗୟା, ଦିଘାରୁ ଆସାନସୋଲ, ଗୟାରୁ ଦାନାପୁର, ବେଙ୍ଗାଲୁରୁରୁ ମୁରଦେଶ୍ୱର, ରାୟପୁରରୁ ଜଗଦଲପୁର, ଡେରାଡୁନ୍‌ରୁ ନୈନିତାଲ, ମାଉଣ୍ଟ ଆବୁରୁ ଜୟପୁର ଏବଂ ଶ୍ରୀନଗରରୁ ଲେହ ଯାଏଁ ରହିଥିବା ରାଜପଥରେ କରାଯାଇଥିଲା। ସେହିପରି ଆଲହାବାଦରୁ ଗୋରଖପୁର, ଦିଲ୍ଲୀରୁ ମୁମ୍ବାଇ ଏବଂ ଜବଲପୁରରୁ ସିଂଗ୍ରାଉଲି ଯାଏଁ ରହିଥିବା ରେଳପଥରେ ଟ୍ରାଇର କଲ ଡ୍ରପ ପରୀକ୍ଷା ହୋଇଥିଲା।

ସମ୍ବନ୍ଧିତ ଖବର