ନୂଆଦିଲ୍ଲୀ: ଦେଶରେ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା ହୋଇଥିବା କାରଣରୁ ଟେଲିକମ୍ ରେଗୁଲେଟାରି କମ୍ପାନି(ଟ୍ରାଇ) ଟେଲିକମ୍ ଅପରେଟରମାନଙ୍କୁ ସେମାନଙ୍କୁ ପ୍ରିପେଡ୍ ଗ୍ରାହକଙ୍କ ସେବା ଅବଧି ବଢ଼ାଇବା ପାଇଁ ପରାମର୍ଶ ଦେଇଛି। ଏହା ସହିତ ଗ୍ରାହକମାନଙ୍କୁ ବିନା କୌଣସି ବାଧାରେ ନିରବଚ୍ଛିନ୍ନ ସେବା ଯୋଗାଇବା ପାଇଁ ଟେଲିକମ୍ କମ୍ପାନିଗୁଡ଼ିକ କ’ଣ ପଦକ୍ଷେପ ନେଇଛନ୍ତି ତାହା ଜାଣିବା ପାଇଁ ଟ୍ରାଇ ପକ୍ଷରୁ ପ୍ରଶ୍ନ କରାଯାଇଛି।
ରବିବାର ସମସ୍ତ ଟେଲିକମ୍ ଅପରେଟରମାନଙ୍କୁ ଟ୍ରାଇ ପକ୍ଷରୁ କୁହାଯାଇଛି ଯେ ‘ଦେଶରେ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା ହୋଇଥିବା କାରଣରୁ ଟେଲିକମ୍ ସଂସ୍ଥାଗୁଡ଼ିକ ଆବଶ୍ୟକୀୟ ପଦକ୍ଷେପ ନିଅନ୍ତୁ। ପ୍ରିପେଡ୍ ଗ୍ରାହକମାନଙ୍କ ଯୋଜନାର ଅବଧିକୁ ବୃଦ୍ଧି କରାନ୍ତୁ।’
ଯୋଗାଯୋଗ ସେବା ଏକ ନିଆତି ଆବଶ୍ୟକୀୟ ସେବା ହୋଇଥିବାରୁ ଟେଲିକମ୍ କମ୍ପାନିଗୁଡ଼ିକ ଏ ଦିଗକୁ ଧ୍ୟାନ ଦିଅନ୍ତୁ। ଲକ୍ଡାଉନ୍ ସମୟରେ କଷ୍ଟମର୍ କେୟାର୍ ସେବା ବାଧାପ୍ରାପ୍ତ ହେବା ଏକ ସ୍ବାଭାବିକ କଥା ବୋଲି ଟ୍ରାଇ ପକ୍ଷରୁ କୁହାଯାଇଛି। ତେଣୁ ଗ୍ରାହକ ସେବାକୁ ଠିକ ଭାବେ ପରିଚାଳନା କରିବାକୁ ପରାମର୍ଶ ଦେଇଛି ଟ୍ରାଇ।
ଉଲ୍ଲେଖଯୋଗ୍ୟ, ମହାମାରୀ କରୋନା ଭାଇରସ୍କୁ ଆୟତ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଦେଶରେ ମାର୍ଚ ୨୪ରୁ ଏପ୍ରିଲ୍ ୧୫ ପର୍ଯ୍ୟନ୍ତ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/03/Airtel-Vodafone-Idea-380.jpg)