ଟ୍ରେନ ବିଳମ୍ବ ହେଲେ ଅଟକିବ ଅଫିସରଙ୍କ ପଦୋନ୍ନତି

ନୂଆଦିଲ୍ଲୀ: ଆଗାମୀ ଦିନରେ ଦେଶରେ ନିର୍ଦ୍ଧାରିତ ସମୟରେ ଟ୍ରେନ୍‌ ଚଳାଚଳ ହେବାର ଆଶା ବୃଦ୍ଧି ପାଇଛି। ନିର୍ଦ୍ଧାରିତ ସମୟରେ ଟ୍ରେନ୍‌ ଚଳାଚଳ କରିବାରେ ବ୍ୟତିକ୍ରମ ଦେଖାଦେଲେ ରେଳ ଅଧିକାରୀଙ୍କୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ। ଏପରିକି ଚଳିତମାସ ୩୦ ତାରିଖ ସୁଦ୍ଧା ସମୟାନୁବର୍ତ୍ତିତାରେ ଉନ୍ନତି ନଆସିଲେ ରେଳଜୋନ୍‌ର ମହା ପ୍ରବନ୍ଧକମାନଙ୍କ ପଦୋନ୍ନତିକୁ ବିଚାରକୁ ନିଆଯିବ ବୋଲି ରେଳମନ୍ତ୍ରୀ ପୀୟୂଷ ଗୋୟଲ ସ୍ପଷ୍ଟ କରିଦେଇଛନ୍ତି। ବିଳମ୍ବ ତାଲିକାରେ ରେଳଜୋନ୍‌ର ସ୍ଥାନ ଯେଉଁଠି ଥିବା ତାହା ଉପରେ ସେମାନଙ୍କର ପର୍‌ଫର୍‌ମାନ୍ସ ରେଟିଂ ନିର୍ଭର କରିବ। ପ୍ରଦର୍ଶନ ଯେତେ ଖରାପ ଥିବା ସେମାନଙ୍କ ସମସ୍ୟା ସେତେ ଅଧିକ ରହିବ ବୋଲି ମନ୍ତ୍ରୀ କହିଛନ୍ତିି।

ସମ୍ବନ୍ଧିତ ଖବର