ଅଗଷ୍ଟ ୧୫ରୁ ବଦଳିବ ଟ୍ରେନ ଚଳାଚଳ ସମୟ; ଯଦି ଆଗରୁ କରିଛନ୍ତି ଟିକେଟ ତେବେ ନୂଆ ସମୟ ଜାଣି ନିଅନ୍ତୁ

ନୂଆଦିଲ୍ଲୀ : ଆଗକୁ ଆସୁଛି ପୂଜା ଋତୁ । ଏହି ଛୁଟିରେ ଯଦି ଆପଣ ଟ୍ରେନରେ ଦୂର ସ୍ଥାନକୁ ବୁଲି ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି, ତେବେ ଆପଣଙ୍କ ଟ୍ରେନର ସମୟ କନଫର୍ମ କରିନିଅନ୍ତୁ । କାରଣ ଅଗଷ୍ଟ ୧୫ ତାରିଖରୁ ଟ୍ରେନଗୁଡ଼ିକର ସମୟ ବଦଳିବାକୁ ଯାଉଛି । ନୂଆ ଟାଇମ୍ ଟେବୁଲ ଅଗଷ୍ଟ ୧୪ ଏବଂ ୧୫ ମଧ୍ୟରାତ୍ରିରୁ ଲାଗୁ ହେବ । ତେବେ ଅନେକ ଟ୍ରେନର ସମୟ ବଦଳିବ ଏବଂ ଏହାର ସୂଚୀ ଆଇଆରସିଟିସିର ୱେବସାଇଟରେ ପ୍ରକାଶ ପାଇବ ।

ଆଇଆରସିଟିସି ପକ୍ଷରୁ ଏବେ ଠାରୁ ଯାତ୍ରୀମାନଙ୍କୁ ଆଲର୍ଟ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଯେଉଁ ଲୋକମାନେ ଅନଲାଇନ ଟିକେଟ ବୁକ କରୁଛନ୍ତି, ସେମାନଙ୍କୁ ଟ୍ରେନର ସମୟ ବଦଳି ନେଇ ମେସେଜ ଦ୍ୱାରା ଅବଗତ କରାଯାଉଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରେଳବାଇର ନୂଆ ସମୟ ସାରଣୀ ଲାଗୁ ହେବା ପାଇଁ ଆଉ କେବଳ ୫ ଦିନ ବାକି ଥିବାବେଳେ ଏପର୍ଯ୍ୟନ୍ତ ଝାନ୍ସି ମଣ୍ଡଳକୁ ନୂଆ ସମୟ ସାରଣୀ ପ୍ରାପ୍ତ ହୋଇନାହିଁ । ସୂଚନା ଅନୁଯାୟୀ, ଯେଉଁ ଟ୍ରେନଗୁଡ଼ିକର ଷ୍ଟପେଜ କୌଣସି ଷ୍ଟେସନରେ ୫ରୁ ୧୦ ମିନିଟ୍ ସମୟର ଅଟେ, ସେହି ଟ୍ରେନଗୁଡିକର ସମୟ କମ କରାଯିବ, ଯାହାଫଳରେ ଟ୍ରେନ ଠିକ୍ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବ ।

କେବଳ ଏତିକି ନୁହେଁ, ଟିକେଟ ନେବାରେ ମଧ୍ୟ ଯାତ୍ରୀମାନଙ୍କୁ ଆଉ ହଇରାଣ ହେବାକୁ ପଡିବନାହିଁ । ତତ୍କାଳରେ ହେଉଥିବା ଟିକେଟଗୁଡ଼କ ୧୫ ମିନିଟ ପୂର୍ବରୁ ଉପଲବ୍ଧ ହେବ । ଏଥିପାଇଁ ସହରର ବିଭିନ୍ନ ଜାଗାରେ ଟିକେଟ ସୁବିଧା କେନ୍ଦ୍ର ଖୋଲାଯାଇଛି । ଏହି କେନ୍ଦ୍ରଗୁଡ଼ିକରେ ଯାତ୍ରୀମାନେ ଅତି ସହଜରେ ସେମାନଙ୍କର କନଫର୍ମ ଟିକେଟ ପାଇପାରିବେ । ତେବେ ଏଥିପାଇଁ ଆପଣଙ୍କୁ କିଛିଟା ଅତିରିକ୍ତ ଟଙ୍କା ଦେବା ପାଇଁ ପଡିବ ।

ସମ୍ବନ୍ଧିତ ଖବର