ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର : ଟିକେଟ ସୁନିଶ୍ଚିତ ପାଇଁ କରିବାକୁ ପଡ଼ିବ ନାହିଁ ଅପେକ୍ଷା

ନୂଆଦିଲ୍ଲୀ : ଟିକେଟ୍‌ ବୁକ୍‌ କରିବା ସମୟରେ ଯାତ୍ରୀଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ସେ ମଧ୍ୟରୁ ସବୁଠାରୁ ବଡ଼ ସମସ୍ୟା ହେଉଛି ଟିକେଟ ସୁନିଶ୍ଚିତ ନ ହେବା । ତେବେ ଯାତ୍ରୀଙ୍କ ଏଭଳି ସମସ୍ୟାର ସମାଧାନ କରିବାକୁ ଯାଇ ଭାରତୀୟ ରେଳବାଇ ମାଲବାହୀ ଗାଡ଼ି ଯିବା ପାଇଁ ୬,୦୦୦କିଲୋମିଟର ବିଶିଷ୍ଟ ୩ଟି ରେଳ ଧାରଣା ତିଆରି କରିବାକୁ ଯାଉଛି । ଏହି ୩ଟି ରେଳ ଧାରଣା ପାଇଁ ୨.୬ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ୧୦ବର୍ଷ ମଧ୍ୟରେ ଏହି କାମ ଶେଷ ହେବ । ଯାହାଦ୍ୱାରା ଏବେ ମାଲାବାହୀ ଗାଡ଼ି ଚାଲୁଥିବା ଧାରଣାରେ ଯାତ୍ରୀବାହୀ ଟ୍ରେନ ଚାଲିବ । ଏପରି ହେବା ଦ୍ୱାରା େଓ୍ଵଟିଙ୍ଗ୍‌ ଲିଷ୍ଟ ସମସ୍ୟା ଶେଷ ବୋଲି ଭାରତୀୟ ରେଳବାଇ ପକ୍ଷରୁ ପୁହାଯାଇଛି ।

A file photo of the concrete sleepers being stacked in Bhagega for the Delhi-Mumbai industrial freight corridor.
thehindu.com

ତେବେ ଧାରଣାର କାମ ଶେଷ ହେବାକୁ ୧୦ବର୍ଷ ସମୟ ଲାଗିବାକୁ ଥିବା ବେଳେ କେବଳ ୪ବର୍ଷ ମଧ୍ୟରେ ଯାତ୍ରୀମାନେ ଏହାର ଲାଭ ଉଠାଇ ପାରିବେ । କାରଣ ସବୁଠାରୁ ବ୍ୟସ୍ତ ବହୁଳ ଦିଲ୍ଲୀ-ମୁମ୍ବାଇ ଓ ଦିଲ୍ଲା-ହାଓଡା ମାର୍ଗରେ ମାଲବାହୀ ଟ୍ରେନ୍‌ ପାଇଁ ଧାରଣା ନିର୍ମାଣ କାମ ଆରମ୍ଭ ହୋଇ ଯାଇଛି । ଯାହା ୨୦୨୧ ସୁଦ୍ଧା ଶେଷ ହେବ ବୋଲି ଜଣା ପଡ଼ିଛି । କାମ ଶେଷ ହେବା ପରେ ଦିଲ୍ଲୀ-ମୁମ୍ବାଇ ଓ ଦିଲ୍ଲା-ହାଓଡା ଦେଇ ଅଧିକରୁ ଅଧିକ ଯାତ୍ରୀବାହୀ ଟ୍ରେନ ଯାତାୟତ କରି ପାରିବ । ଯାହା ଦ୍ୱାରା େଓ୍ଵଟିଙ୍ଗ୍‌ ଲିଷ୍ଟର ସମସ୍ୟା ଶେଷ ହେବ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର