କେବୁଲ ଓ ଡିଟିଏଚ ସେବା ପାଇଁ ଟ୍ରାଇର ନୂଆ ନିୟମ : ପ୍ରକୃତରେ କଣ ଗ୍ରାହକଙ୍କ ମାସିକ ବ୍ୟୟ କମିବ ନା ଆହୁରି ବଢିବ ?

ନୂଆଦିଲ୍ଲୀ : ଟେଲିକମ ରେଗୁଲେଟୋରୀ ଅଥରିଟି (ଟ୍ରାଇ) ପକ୍ଷରୁ ଜାରି ନୂଆ ବ୍ରଡକାଷ୍ଟିଂ ଓ କେବୁଲ ଟିଭି ସର୍ଭିସ ବ୍ୟବସ୍ଥ ସାରା ଦେଶରେ ଗତକାଲିଠାରୁ ଲାଗୁ ହୋଇଯାଇଛି । ଏହି ନୂଆ ବ୍ୟବସ୍ଥା ଅନୁସାରେ ଉପଭୋକ୍ତାମାନେ ନିଜ ଇଚ୍ଛା ଅନୁସାରେ ଚ୍ୟାନେଲ ବାଛିପାରିବେ । ଅର୍ଥାତ ଯେତୋଟି ଚ୍ୟାନେଲ ଦେଖିବେ ସେତିକି ପାଇଁ ଅର୍ଥ ଦେବେ । ଅନାବଶ୍ୟକ ଚ୍ୟାନେଲ ଲାଗି ଗ୍ରାହକମାନେ ପୂର୍ବରୁ ଦେଉଥିବା ଅର୍ଥ କମିଯିବା ଫଳରେ ମାସିକ ଡିଟିଏଚ ବା କେବୁଲ ଟିଭି ବଜେଟ କମିଯିବ ।

କିନ୍ତୁ ପ୍ରକୃତ ପକ୍ଷେ ମାସିକ ଦେୟ କମିଛି କି କିମ୍ବା ଆଗ ଅପେକ୍ଷା ଆହୁରି ମହଙ୍ଗା ହୋଇଯାଇଛି ? ଏହି ପ୍ରଶ୍ନ ଏବେ ସମସ୍ତଙ୍କୁ ଘାରିଛି । କାରଣ ଡିଟିଏଚ କମ୍ପାନିମାନେ ଏପରି ପ୍ୟାକେଜ ତିଆରି କରିଛନ୍ତି ଯେ ଗ୍ରାହକମାନେ ଅଳ୍ପ ଚ୍ୟାନେଲ ଦେଖିଲେ ମଧ୍ୟ ତାଙ୍କୁ ଅଧିକ ଅର୍ଥ ଦେବାକୁ ପଡିବ । ଆହୁରି ମଧ୍ୟ ଚ୍ୟାନେର ମୂଲ୍ୟ ସହ ଏକ ନେଟଓ୍ଵାର୍କ କାପାସିଟି ଫି ଏବଂ ଜିଏସଟି ଆଦାୟ କରାଯାଉଛି । ଏସବୁକୁ ମିଶାଇଲେ ମାସିକ ବ୍ୟୟ ପୂର୍ବାପେକ୍ଷା ଅଧିକ ବଢିଯାଉଥିବା ଅଭିଯୋଗ ହେଉଛି । ଏଣୁ ଗ୍ରାହକ ପୂର୍ବରୁ ଯେଉଁ ହିନସ୍ତା ହେଉଥିଲେ ଏବେ ତାହା ବଢିଯାଇଥିବା ଅଭିଯୋଗ ହୋଇଛି ।

ପ୍ରଥମେ ଗତ ବର୍ଷ ମାର୍ଚ୍ଚ ମାସରେ ଟ୍ରାଇ କେବୁଲ ଟିଭି ଓ ଡିଟିଏଚ ସେବା ପାଇଁ ଏକ ନୂଆ ବ୍ୟବସ୍ଥା ଆରମ୍ଭ କରିବା ବିଷୟରେ ଘୋଷଣା କରିଥିଲା । ଚଳିତ ବର୍ଷ ଜୁଲାଇ ୩ରେ ମଧ୍ୟ ଏହି ବିଜ୍ଞପ୍ତିକୁ ପୁଣି ଥରେ ପ୍ରକାଶ କରାଗଲା ଓ ଏହି ନୂଆ ବ୍ୟବସ୍ଥା ଲାଗୁ କରିବାକୁ ଡିସେମ୍ବର ୨୮ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା । କିନ୍ତୁ ପରେ ଟ୍ରାଇ ପୁଣି ଏହି ସମୟ ସୀମାକୁ ଜାନୁୟାରୀ ୩୧ ପର୍ଯ୍ୟନ୍ତ ବଢାଇଦେଇଥିଲା ।

ସମ୍ବନ୍ଧିତ ଖବର