ଆଜିଠାରୁ ଲାଗୁ ହେଲା ଟ୍ରାଇର ନୂଆ ନିୟମ; ଏଣିକି କେବଳ ନିଜ ପସନ୍ଦର ଚ୍ୟାନେଲ୍‌ ପାଇଁ ଟଙ୍କା ଦେବେ ଦର୍ଶକ

ନୂଆଦିଲ୍ଲୀ: ଟ୍ରାଇର ନୂଆ ଡିଟିଏଚ୍‌ ନିୟମ ଆଜିଠାରୁ ଲାଗୁୁ ହୋଇଛି। ଏଣିକି ଗ୍ରାହକମାନଙ୍କୁ ଆଉ ଅଯଥା ଚ୍ୟାନେଲ ପାଇଁ ଟଙ୍କା ଦେବାକୁ ପଡ଼ିବ ନାହିଁ। ଗ୍ରାହକ ଏଥର ଯେଉଁ ଚ୍ୟାନେଲ୍‌ ଦେଖିବେ କେବଳ ସେହି ଚ୍ୟାନେଲ୍‌ ପାଇଁ ଟଙ୍କା ପୈଠ କରିବେ। ଡିଟିଏଚ୍‌ କମ୍ପାନି କେବଳ ସେହି ଚ୍ୟାନେଲ୍‌ଗୁଡ଼ିକ ପାଇଁ ଟଙ୍କା ନେବେ ଯାହାକୁ ଦର୍ଶକ ଚୟନ କରିଥିବେ।

ଟେଲିକମ୍‌ ରେଗୁଲେଟାରି ଅର୍ଥରିଟି ଅଫ୍‌ ଇଣ୍ଡିଆ(ଟ୍ରାଇ)ର ନୂଆ ନିୟମ ଅନୁଯାୟୀ ଡିଟିଏଚ୍‌ ଅପରେଟର ଗ୍ରାହକଙ୍କୁ ଚ୍ୟାନେଲ୍‌ ଚୟନ କରିବା ପାଇଁ ଘୋଷଣା କରି ସାରିଛନ୍ତି। ଦର୍ଶନ ନିଜ ଡିଟିଏଚ୍‌ କମ୍ପାନିର େଓ୍ଵବ୍‌ ପୋର୍ଟାଳ୍‌କୁ ଯାଇ ସେଠାରେ ଲଗ୍‌ ଇନ୍‌ କରି ଚ୍ୟାନେଲ୍‌ ଚୟନ କରିପାରିବେ।

ସାଇଟ୍‌ରେ ଯାଇ ଲଗ୍‌ଇନ୍‌ କରିବା ପାଇଁ ଦର୍ଶକଙ୍କୁ ରେଜିଷ୍ଟର୍‌ ମୋବାଇଲ୍‌ ନମ୍ବର କିମ୍ବା ସବ୍‌ସ୍କ୍ରାଇବ୍‌ର ଆଇଡି ଦେବାକୁ ହେବ। ଟାଟା ସ୍କାଏ, ଏୟାର୍‌ଟେଲ୍‌, ଡିଜିଟାଲ୍‌ ଟିଭି, ଭିଡିଓକନ୍‌ ଡିଟିଏଚ୍‌, ଡିସ୍‌ଟିଭିର ସାଇଟ୍‌ରେ ଲଗ୍‌ଇନ୍‌ କରି ଦର୍ଶକ ମନ ପସନ୍ଦର ଚ୍ୟାନେଲ୍‌ ବାଛି ପାରିବେ।

ସମ୍ବନ୍ଧିତ ଖବର