ଟ୍ରିଲିଅନ୍ ଡଲାର ଅର୍ଥନୀତି ହେବ ଓଡ଼ିଶା

ଭୁ‌ବନେଶ୍ବର,: ଓଡ଼ିଶା ପାଖରେ ବଡ଼ ଅର୍ଥନୈତିକ ମହାଶକ୍ତି ହେବାର ସବୁ ପ୍ରକାର ଗୁଣ ରହିଛି। ୨୦୩୦ ସୁଦ୍ଧା ଏହି ରାଜ୍ୟର ଅର୍ଥନୀତି ଏକ ଟ୍ରିଲିଅନ୍ ଡଲାରରୁ ଅଧିକ ‌ହୋଇଯିବ ବୋଲି ଜେଏସ୍‌ଡବ୍‌ଲ୍ୟୁ ଗ୍ରୁପ୍‌ର ମୁଖ୍ୟ ସଜ୍ଜନ ଜିନ୍ଦଲ କହିଛନ୍ତି। ସେ କହିଲେ, ଆମେ ନିଜସ୍ବ ସୂତ୍ରରୁ ଏକ ସର୍ବେକ୍ଷଣ କରିଥିଲୁ ଯେଉଁଥିରୁ ଜଣାପଡ଼ିଛି ଯେ ୨୦୩୦ ସୁଦ୍ଧା ଭାରତର ଅର୍ଥନୀତି ୧୦ ଟ୍ରିଲିଅନ୍‌ ଡଲାରରୁ ଅଧିକ ହେବାକୁ ହେଲେ ଅତି କମ୍‌ରେ ତିନିଟି ରାଜ୍ୟର ଅର୍ଥନୀତି ଏକ ଟ୍ରିଲିଅନ୍‌ ଡଲାରରୁ ଅଧିକ ହେବା ଦରକାର। ଦେଶର ମାତ୍ର ତିନିଟି ରାଜ୍ୟ ଏଭଳି ସଫଳତା ହାସଲ କରିପାରିବେ। ସେଗୁଡ଼ିକ ହେଉଛି ମହାରାଷ୍ଟ୍ର, ତାମିଲନାଡ଼ୁ ଓ ଓଡ଼ିଶା। ଯଦି ଏହା ସମ୍ଭବ ହେବେ ତେବେ ଓଡ଼ିଶାର ମୁଣ୍ଡପିଛା ଆୟରେ ଆଶ୍ଚର୍ଯ୍ୟଜନକ ବୃଦ୍ଧି ହେବ ବୋଲି ସେ କହିଛନ୍ତି। ଓଡ଼ିଶାରେ ନିଜ ବ୍ୟବସାୟ ଯୋଜନା ସମ୍ପର୍କରେ ଘୋଷଣା କରି ‌ସେ କହିଛନ୍ତି ଯେ, ଆମେ ଓଡ଼ିଶାରେ ଏକ ବୃହତ ଇସ୍ପାତ କାରଖାନା ସ୍ଥାପନ କରିବାକୁ ଯୋଜନା ରଖିଛୁ ଓ ସେ ଦିଗରେ ଅଗ୍ରସର ହେଉଛୁ। କଂପାନି ରାଜ୍ୟରେ ବିପୁଳ ପରିମାଣର ନିବେଶ କରିବାକୁ ଚାହୁଁଛି। ରାଜ୍ୟରେ କଂପାନି ସିମେଣ୍ଟ୍‌ କାରଖାନାରେ ନିବେଶ କରିଥିବା ବେଳେ ପାରାଦୀପ ବନ୍ଦରରେ ଆମର ନୂଆ ବର୍ଥ ନିର୍ମାଣ କାମ ଜାରି ରହିଛି।

ସମ୍ବନ୍ଧିତ ଖବର