ଦୂର ହେଲା ରିଜର୍ଭ ବ୍ୟାଙ୍କ-ସରକାରଙ୍କ ମଧ୍ୟରେ ମତଭେଦ ?

ମୁମ୍ବାଇ : ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ଦେଖାଦେଇଥିବା ମତ ଭେଦ ଦୂର ହେବାର ସଂକେତ ଦେଖାଦେଇଛି । ଉଭୟ ପକ୍ଷ ମଧ୍ୟରେ ନୀତିଗତ କ୍ଷେତ୍ରରେ ଦେଖାଦେଇଥିବା ମତଭେଦ ଦେଶର ଅର୍ଥନୀତି ପାଇଁ ଶୁଭଙ୍କର ନଥିବାରୁ ସରକାରଙ୍କ ତରଫରୁ ଏହାକୁ ଦୂର କରାଯିବା ପାଇଁ ଉଦ୍ୟମ କରାଯାଇଥିଲା । ଏଥିରେ କିଛିଟା ସଫଳତା ମିଳିଥିବା ଜଣାଯାଇଛି । ଅନ୍ୟପକ୍ଷରେ ଏହି ମତଭେଦ ଯୋଗୁଁ ଇସ୍ତଫା ଦେବାକୁ ଧମକ ଦେଇଥିବା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶାନ୍ତ ପଡି ନିଜ ନିଷ୍ପତ୍ତିର ପୁନର୍ବିଚାର କରୁଥିବା ମଧ୍ୟ ଜଣାଯାଇଛି । ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ସୁଧହାର ଢିଲା କରିବାକୁ ରିଜର୍ଭ ବ୍ୟାଙ୍କ ରାଜି ହୋଇଥିବା ଜଣାଯାଇଛି ।

ସମ୍ବନ୍ଧିତ ଖବର