ଟୁନ୍‌ଓ୍ଵାଲ ଇ-ଯାନର ନୂଆ ସୋ’ରୁମ୍‌

କଟକ: ଗୁଜରାଟର ଇ-ଯାନ ନିର୍ମାଣକାରୀ କମ୍ପାନି ଟୁନଓ୍ଵାଲ ପକ୍ଷରୁ କଟକ ଟାଙ୍ଗୀଠାରେ ଏକ ନୂଆ ଇଲେକ୍‌ଟ୍ରିକ ଯାନ ସୋ’ରୁମ୍‌ ଖୋଲାଯାଇଛି। ଏଠାରେ ଟୁନ୍‌ଓ୍ଵାଲ୍‌ର ସମସ୍ତ ଗାଡ଼ି ଯଥା ସ୍ପୋର୍ଟସ, ଷ୍ଟର୍ମ(ଇ-ସ୍କୁଟ୍‌, ମୋପେଡ ଇଲେକ୍ଟି୍ରକା ଆଦି ଉପଲବ୍ଧ ହେବ। ଟୁନ୍‌ଓ୍ଵାଲ୍‌ର ସମସ୍ତ ମଡେଲ ଗାଡ଼ିରେ ଏଲ୍‌ଇଡି ହେଡ୍‌ଲାଇଟ୍‌, ଟ୍ୟୁବବିହୀନ ଟାୟାର, ଟେଲିସ୍କୋପିକ୍‌ ସସ୍‌ପେନ୍‌ସନ୍‌, ଆଣ୍ଟି ଥେପ୍ଟ ଲକ୍‌, ସେଣ୍ଟ୍ରାଲ ଲକିଂ, ଡିସ୍କ ବ୍ରେକ ଭଳି ସୁବିଧା ରହିଛି। ଗାଡ଼ି ଗୁଡ଼ିକ ୬ଟି ଭିନ୍ନ ଭିନ୍ନ ରଙ୍ଗରେ ଉପଲବ୍ଧ ହେଉଛି। ଶୁଭମ ଅଟୋମୋବାଇଲସ୍‌ ନାମରେ ଖୋଲାଯାଇଥିବା ଏହି ସୋ’ରୁମ୍‌ର ତତ୍ତ୍ୱାବଧାୟକ ତାପସ କୁମାର ମଲ୍ଲିକ କୁହନ୍ତି, ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ଆଉ ୧୦ଟି ନୂଆ ସୋରୁମ୍‌ ଖୋଲଯିବ। ସ୍ୱପ୍ନା ଅଟୋ ଗ୍ରୁପ୍‌ର ସ୍ୱପ୍ନା ଚୌଧୁରୀ କହିଲେ, କମ୍ପାନି ଚଳିତ ମାସରେ ୬୦୦ ୟୁନିଟ୍‌ ଯାନ ବିକ୍ରି କରିବାକୁ ଯୋଜନା ରଖିଛି।

ସମ୍ବନ୍ଧିତ ଖବର