ଟିଭିଏସ୍‌ର ନୂଆ ‘ଏକ୍ସଏଲ୍‌ ୧୦୦ ହେଭି ଡ୍ୟୁଟି’

ଭୁବନେଶ୍ୱର: ଟିଭିଏସ୍‌ ମୋଟର କଂପାନି ପକ୍ଷରୁ ଓଡ଼ିଶା ବଜାରରେ ନୂଆ ଏକ୍ସଏଲ୍‌ ୧୦୦ ହେଭି ଡ୍ୟୁଟିକୁ ଉନ୍ମୋଚନ କରାଯାଇଛି। ଏହା ଶକ୍ତିଶାଳୀ ଏବଂ ଅଧିକ ପିକ୍‌ ଅପ୍‌ ପ୍ରଦାନ କରିବ। ବିଭିନ୍ନ କାମରେ ବ୍ୟବହାର ପାଇଁ ଏବଂ ବ୍ୟବସାୟ ଉପଯୋଗୀ ଦୁଇ ଚକିଆ ଯାନ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏହା ସର୍ବଶ୍ରେଷ୍ଠ ବିକଳ୍ପ ହୋଇପାରିବ ବୋଲି କଂପାନି ପକ୍ଷରୁ କୁହାଯାଇଛି। ଏଥିରେ ରହିଛି ଡ୍ୟୁରା ଗ୍ରିପ ଟାୟାର। କଂପାନିର ୟୁଟିଲିଟି ଉତ୍ପାଦର ଉପସଭାପତି ଏସ୍‌ ବୈଦ୍ୟନାଥନ୍‌ ଏହାକୁ ଉନ୍ମୋଚନ କରିଛନ୍ତି। ଟିଭିଏସ୍‌ ଏକ୍ସଏଲ୍‌ ୧୦୦ର ଦୁଇଟି ଭାରିଆଣ୍ଟ୍‌କୁ କଂପାନି ପକ୍ଷରୁ ଉନ୍ମୋଚନ କରାଯାଇଛି। ଗୋଟିଏ ହେଉଛି ଟିଭିଏସ୍‌ ଏକ୍ସଏଲ୍‌ ୧୦୦ ଏବଂ ଅନ୍ୟଟି ହେଉଛି ଟିଭିଏସ୍‌ ଏକ୍ସଏଲ୍‌ ୧୦୦ ହେଭି ଡ୍ୟୁଟି। ଏଥିରେ ବ୍ୟବହାର କରାଯାଇଛି ବିଏସ୍‌-୪ ନିୟମ ପାଳନ କରୁଥିବା ୯୯.୭ ସିସି ଫୋର୍‌ ଷ୍ଟ୍ରୋକ୍‌ ଇଞ୍ଜିନ। ଏହାର ପଛରେ ବଡ଼ ସ୍ପକେଟ୍‌ ମଧ୍ୟ ବ୍ୟବହାର କରାଯାଇଛି। ହେଭି ଡ୍ୟୁଟି ଭାରିଆଣ୍ଟ୍‌୍‌ରେ ଡେଟାଇମ୍‌ ରନିଂ ହେଡ୍‌ଲ୍ୟାମ୍ପ୍‌ ରହିଛି।

ସମ୍ବନ୍ଧିତ ଖବର