୨ ଦିନରେ ମୁକେଶଙ୍କ ସମ୍ପତ୍ତି ୯୩୦୦ କୋଟି ବଢ଼ିଲା

ମୁମ୍ବାଇ: ଦେଶର ଏକ ନମ୍ବର ଧନୀ ବ୍ୟକ୍ତି ମୁକେଶ ଅମ୍ବାନିଙ୍କ ସମ୍ପତ୍ତି ପରିମାଣ ଦୁଇ ଦିନରେ ୯୩୦୦ କୋଟି ଟଙ୍କା ବଢ଼ିଛି। ଷ୍ଟକ ବଜାରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ସେୟାର ମୂଲ୍ୟ ବଢ଼ିଥିବାରୁ ମୁକେଶ ଅଧିକ ଧନୀ ହୋଇଛନ୍ତି। ମୁକେଙ୍କ ପାଖରେ ଏବେ ଯେତିକି ସମ୍ପତ୍ତି ରହିଛି ତାହାକୁ ବ୍ୟବହାର କରି ସେ ୧ କୋଟି ଗ୍ରାମ୍‌ର ସୁନା କିମ୍ବା ୫୬.୭ କୋଟି ବ୍ୟାରେଲ୍‌ର ତେଲ କିଣିପାରିବେ। ଫଳରେ ସେ ବିଶ୍ୱର ୧୫ତମ ଶ୍ରେଷ୍ଠ ଧନୀ ବ୍ୟକ୍ତି ଭାବେ ଉଭା ହୋଇଛନ୍ତି। ସେ ଓ୍ଵାଲମାର୍ଟର ଜିମ୍‌ ଓ୍ଵାଲ୍‌ଟନ୍‌ ଓ ବବ୍‌ ଓ୍ଵାଲଟନ୍‌ଙ୍କ ପଛରେ ପକାଇ ଦେଇଛନ୍ତି। ମୁକେଶଙ୍କ ଉପରେ ୧୪ତମ ସ୍ଥାନରେ ଆଲିବାବାର ମୁଖ୍ୟ ଜ୍ୟାକ୍‌ ମା’ ରହିଛନ୍ତି। ଆମାଜନ୍‌ର ମୁଖ୍ୟ ଜେଫ୍‌ ବେଜୋସ୍‌ ୧୪୪.୮ ବିଲିଅନ୍‌ ଡଲାର ସମ୍ପତ୍ତି ସହିତ ବିଶ୍ୱର ଏକ ନମ୍ବର ଧନୀ ଭାବେ ଉଭା ହୋଇଥିବା ବେଳେ ମାଇକ୍ରୋସଫ୍ଟର ବିଲ୍‌ ଗେଟସ୍‌ ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

ସମ୍ବନ୍ଧିତ ଖବର