ଟୁଜି ମାମଲାରେ ସିବିଆଇ, ଇଡିକୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ:୬ ମାସରେ ତଦନ୍ତ ଶେଷ କର

ନୂଆଦିଲ୍ଲୀ: ୨ଜି ସ୍ପେକ୍ଟ୍ରମ ଆବଣ୍ଟନ ଦୁର୍ନୀତି ଓ ଏ ସଂକ୍ରାନ୍ତ ଅନ୍ୟାନ୍ୟ ମାମଲାର ତଦନ୍ତ ୬ ମାସ ମଧ୍ୟରେ ଶେଷ କରିବା ଲାଗି ଆଜି ଦେଶର ସର୍ବୋଚ୍ଚ ଅଦାଲତ ସିବିଆଇ ଓ ପ୍ରବର୍ତନ ନିର୍ଦେଶାଳୟ (ଇଡି)କୁ ନିର୍ଦେଶ ଦେଇଛନ୍ତି। ଏ ସଂପର୍କିତ ଷ୍ଟାଟସ ରିପୋର୍ଟ ୨ ସପ୍ତାହ ମଧ୍ୟରେ ଦାଖଲ କରିବା ଲାଗି ମଧ୍ୟ ସୁପ୍ରିମକୋର୍ଟର ବିଚାରପତି ଅରୁଣ ମିଶ୍ର ଓ ନବୀନ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି। ୨ ଜି ସ୍ପେକ୍ଟ୍ରମ ଆବଣ୍ଟନ ଦୁର୍ନୀତି ସମେତ ଏ ସଂପର୍କିତ ଅନ୍ୟାନ୍ୟ ମାମଲା ଯଥା ଏୟାରସେଲ୍‌-ମାକ୍ସିସ ଚୁକ୍ତି ଆଦିର ରିପୋର୍ଟ ଦେବାକୁ ଖଣ୍ଡପୀଠ କହିଛନ୍ତି। ଖଣ୍ଡପୀଠ ଏହା କହିଛନ୍ତି ଯେ ଦୀର୍ଘଦିନ ହେଲା ଏହି ମାମଲାର ତଦନ୍ତ କରାଯାଉଛି। ଏଭଳି ସମ୍ବେଦନଶୀଳ ମାମଲାରେ ଦେଶବାସୀଙ୍କୁ ଅଧିକ ଦିନ ଅନ୍ଧାରରେ ରଖାଯାଇ ପାରିବ ନାହିଁ ବୋଲି ମଧ୍ୟ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର