ଏବେ ଆଧାରକାର୍ଡ ଧାରୀ ଜିତି ପାରିବେ ୩୦,୦୦୦ଟଙ୍କା, ବାସ୍‌ କରିବାକୁ ହେବ ଏହି ଗୋଟାଏ କାମ

ନୂଆଦିଲ୍ଲୀ : ଯଦି ଆପଣଙ୍କ ପାଖରେ ଆଧାରକାର୍ଡ ରହିଛି, ତେବେ ଆପଣ ଘରେ ବସି ୩୦,୦୦୦ଟଙ୍କା ଜିତି ପାରିବେ । ଆଧାରକାର୍ଡ ଜାରି କରିଥିବା ସଂସ୍ଥା ୟୁଆଇଡିଏଆଇ ଏକ ଖାସ୍‌ ପ୍ରତିଯୋଗିତା ଆରମ୍ଭ କରିଛି । ଏହି ପ୍ରତିଯୋଗିତାରେ ଭାଗ ନେବାର ଶେଷ ତାରିଖ ଜୁଲାଇ ୮ ପର୍ଯ୍ୟନ୍ତ ରଖା ଯାଇଛି । କିନ୍ତୁ ଏଥିରେ ଭାଗ ନେବା ପାଇଁ ହେଲେ ଆପଣଙ୍କୁ କିଛି ସର୍ତ୍ତ ମାନିବାକୁ ହେବ ।

aajtak.intoday.in

ସୂଚନା ମୁତାବକ, କିଛି ଦିନ ପୂର୍ବରୁ ମାଇଁ ଆଧାର ଅନ୍‌ଲାଇନ ନାମରେ ଏକ ପ୍ରତିଯୋଗିତା ଆରମ୍ଭ କରିଛି ୟୁଆଇଡିଏଆଇ । ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ହେଲେ ଆପଣଙ୍କୁ ପ୍ରଥମେ ଆଧାର ଦ୍ୱାରା ଦିଆ ଯାଉଥିବା କୌଣସି ଗୋଟେ ସେବାର ଆନିମେଟେଡ୍‌ ଟ୍ୟୁଟୋରିଆଲ ଭିଡିଓ ତିଆରି କରିବାକୁ ହେବ । ଭିଡିଓଟି ୩୦-୧୨୦ ସେକେଣ୍ଡ ମଧ୍ୟରେ ହେବା ଦରକାର । ଭିଡିଓଟି ଦେଖି ଜଣେ ସେବା ବିଷୟରେ ସହଜରେ ବୁଝି ପାରୁଥିବା ଦରକାର । ସବୁଠାରୁ ବଡ଼ କଥା ହେଲା, ଆପଣଙ୍କୁ ଏହି ଭିଡିଓ ଇଂରାଜୀ ବା ହିନ୍ଦୀ ଭାଷାରେ ତିଆରି କରିବାକୁ ହେବ । ଭିଡିଓ ତିଆରି କରି ୟୁଟ୍ୟୁବ, ଗୁଗଲ ଡ୍ରାଇଭ ବା ଅନ୍ୟ କୌଣସି ଭିଡିଓ ସେୟାରିଂ ସାଇଟ୍‌ରେ ଅପ୍‌ଲୋଡ କରି ୟୁଆଇଡିଏଆଇକୁ ତାହାର ଲିଙ୍କ ଇମେଲ ଆଇଡି [email protected]ରେ ପଠାଇବେ ।

ଏହି ପ୍ରତିଯୋଗିତାରେ ୟୁଆଇଡିଏଆଇ ୪୮ଜଣ ବିଜେତାକୁ ବାଛିବ । କ୍ୟାଶ ପ୍ରାଇଜ୍‌ ପାଇଁ ୧୫ଟି ବର୍ଗ ରହିଥିବା ବେଳେ ପ୍ରତି ବର୍ଗରେ ୩ଟି ଟପ୍‌ ଭିଡିଓକୁ ଆଓ୍ଵାର୍ଡ ଦିଆଯିବା । ପ୍ରଥମ ବିଜେତାକୁ ୨୦,୦୦୦, ଦ୍ୱିତୀୟ ବିଜେତାକୁ ୧୦,୦୦୦ ଏବଂ ତୃତୀୟ ବିଜେତାକୁ ୫,୦୦୦ଟଙ୍କା ଦିଆଯିବ । ୧୫ଟି ବର୍ଗ ମଧ୍ୟରୁ ମଧ୍ୟ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ବିଜେତା ବଛାଯିବ । ୧୫ଟି ବର୍ଗ ମଧ୍ୟରୁ ପ୍ରଥମ ବିଜେତାକୁ ୩୦,୦୦୦, ଦ୍ୱିତୀୟ ବିଜେତାକୁ ୨୦,୦୦୦ ଏବଂ ତୃତୀୟ ବିଜେତାକୁ୧୦,୦୦୦ଟଙ୍କା ଦିଆଯିବ ବୋଲି ଜଣା ପଡ଼ିଛି ।

aajtak.intoday.in

ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ହେଲେ ଆଧାରକାର୍ଡ ବ୍ୟାଙ୍କ ଆକାଉଣ୍ଟ ସହ ସଂଯୋଗ ହୋଇଥିବା ଦରକାର । ଯଦି ସଂଯୋଗ କରି ନାହାନ୍ତି, ତେବେ ଅଗଷ୍ଟା ୩୧ ପୂର୍ବରୁ ସଂଯୋଗ କରାଇ ଆପଣ ପ୍ରତିଯୋଗିତାରେ ଭାଗ ନେଇ ପାରିବେ । ଏହି ପ୍ରତିଯୋଗିତା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଏହି ଲିଙ୍କ https://www.facebook.com/notes/aadhaar/myaadhaaronline-contest-terms-conditions/2435648466719046/ ଉପରେ କ୍ଲିକ୍‌ କରନ୍ତୁ ।

ସମ୍ବନ୍ଧିତ ଖବର