ବେକାରି ହାର ୨୭ ମାସରେ ସର୍ବାଧିକ

ନୂଆଦିଲ୍ଲୀ: ଦେଶରେ ବେକାରି ହାର ଉଦବେଗଜନକ ଭାବେ ବଢ଼ିଚାଲିଛି। ଗତ ଡିସେମ୍ବରରେ ଦେଶରେ ବେକାରି ହାର ୭.୩୮% ରହିବା ସହିତ ୨୭ ମାସ ମଧ୍ୟରେ ସର୍ବୋଚ୍ଚ ସ୍ତର ଛୁଇଁଛି। ୨୦୧୮ରେ ଦେଶରେ ନିଯୁକ୍ତିରେ ଥିବା ଲୋକଙ୍କ ସଂଖ୍ୟା ୧ କୋଟି ୯ ଲକ୍ଷ ହ୍ରାସ ପାଇଛି। ସେଣ୍ଟର ଫର୍ ମନିଟରିଂ ଇଣ୍ଡିଆନ୍ ଇକୋନୋମି (ସିଏମଆଇଇ) ପକ୍ଷରୁ ପ୍ରସ୍ତୁତ ରିପୋର୍ଟରୁ ଏ ବିଷୟ ପଦାକୁ ଆସିଛି। ଦେଶର ଦୁଇ ତୃତୀୟାଂଶ ଲୋକ ବାସ କରୁଥିବା ଗ୍ରାମାଞ୍ଚଳରେ ନିଯୁକ୍ତି ହାସ ୮୩ ପ୍ରତିଶତ ଘଟିଛି। ଗତବର୍ଷ ନିଯୁକ୍ତି ହରାଇଥିବା ମୋଟ ମହିଳା କର୍ମଚାରୀଙ୍କ ମଧ୍ୟରୁ ୬୫ ଲକ୍ଷ ମହିଳା ଗ୍ରାମାଞ୍ଚଳରେ ଏବଂ ୨୩ ଲକ୍ଷ ମହିଳା ସହରାଞ୍ଚଳ। ଅନ୍ୟପକ୍ଷରେ ଏହି ସମୟ ମଧ୍ୟରେ ପୁରୁଷ ନିଯୁକ୍ତି ସଂଖ୍ୟା ୫ ଲକ୍ଷ ବୃଦ୍ଧି ଘଟିଛି।

ସମ୍ବନ୍ଧିତ ଖବର