ୟୁନିଅନ୍‌ ବ୍ୟାଙ୍କ ପେନ୍‌ସନ୍‌ଭୋଗୀ ଓ ଅବସରପ୍ରାପ୍ତ ଅଧିକାରୀ ମହାସଂଘର ବୈଠକ

ଭୁବନେଶ୍ୱର: ସର୍ବଭାରତୀୟ ୟୁନିଅନ୍‌ ବ୍ୟାଙ୍କ ପେନ୍‌ସନ୍‌୍‌ଭୋଗୀ ଓ ଅବସରପ୍ରାପ୍ତ ଅଧିକାରୀ ମହାସଂଘର(ଏଆଇୟୁବିପିଏଆର୍‌ଏଫ୍‌) ଅଷ୍ଟମ କେନ୍ଦ୍ରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ନିଖିଳ ଓଡ଼ିଶା ୟୁନିଅନ୍‌ ବ୍ୟାଙ୍କ ଅବସରପ୍ରାପ୍ତ ଅଧିକାରୀ ସଂଘ (ଏଓୟୁବିଆର୍‌ଏ) ଆନୁକୂଲ୍ୟରେ ତଥା ସଂଘର ଅଧ୍ୟକ୍ଷ ମିହିର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାବେଶରେ ମହାସଂଘର ସଭାପତି ନିତିନ ଦେଶାଇ ଓ ସାଧାରଣ ସମ୍ପାଦକ ଏନ୍‌ ଗୋବିନ୍ଦ ରାଜୁଲୁ ଓ ଅନ୍ୟମାନେ ଯୋଗ ଦେଇଥିଲେ। ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରୀୟ ପ୍ରବନ୍ଧକ ସୁଶୀଲ କୁମାର ପାଣିଗ୍ରାହୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅଖିଳ ଭାରତ ବ୍ୟାଙ୍କ ପେନ୍‌ସନଭୋଗୀ ଓ ଅବସରପ୍ରାପ୍ତ ଅଧିକାରୀ ମହାସଂଘ (ଏଆଇବିପିଏଆର୍‌ସି)ର ସାଧାରଣ ସମ୍ପାଦକ ସୁପ୍ରିତ ସରକାର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ସଂଘର ବିଭିନ୍ନ ଦାବିକୁ ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବି ଏନ୍‌ ଶୁକ୍ଳା, ପି ବି ଥମାସ ଓ ସରୋଜ ମହାନ୍ତି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର