ୟୁନାଇଟେଡ୍‌ ବ୍ୟାଙ୍କର ପ୍ରତିଷ୍ଠା ଦିବସ ପାଳନ

ଭୁବନେଶ୍ୱର: ୟୁନାଇଟେଡ୍‌ ବ୍ୟାଙ୍କ ଅଫ ଇଣ୍ଡିଆର ୬୮ତମ ପ୍ରତିଷ୍ଠା ଦିବସ ବ୍ୟାଙ୍କର କୋଲକାତାସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି। ବ୍ୟାଙ୍କର ପରିଚାଳନା ନିର୍ଦେଶକ ତଥା ସିଇଓ ପଓ୍ଵନ ବଜାଜ ଏହି ଅବସରରେ ୟୁନାଇଟେଡ୍‌ କ୍ରେଡିଟ୍‌ କାର୍ଡ ସମେତ ଅନେକ ଉତ୍ପାଦ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ବ୍ୟାଙ୍କର ଇଡି ଅଶୋକ କୁମାର ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଛନ୍ତି। ମହାପ୍ରବନ୍ଧକ ଦେବାଶିଷ ମୁଖାର୍ଜୀ ଧନ୍ୟବାଦ ପ୍ରଦାନ କରିଛନ୍ତି।

ଓଡ଼ିଶାରେ ଥିବା ବ୍ୟାଙ୍କର ସମସ୍ତ ଶାଖା ଓ କାର୍ଯ୍ୟାଳୟରେ ମଧ୍ୟ ବ୍ୟାଙ୍କର ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟର ଉପ ମୁଖ୍ୟ ପ୍ରବନ୍ଧକ ମୁକ୍ତି ରଞ୍ଜନ ରାୟଙ୍କ ପୌରହିତ୍ୟରେ ଏକ ସଭା ଆୟୋଜନ ହୋଇଥିଲା। ବ୍ୟାଙ୍କର ବରିଷ୍ଠ ଅଧିକାରୀ ଓ ଗ୍ରାହକମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର