ୟୁନାଇଟେଡ୍‌ ବ୍ୟାଙ୍କକୁ ଆଇଟି ଭିତ୍ତିଭୂମି ଉତ୍କର୍ଷ ପୁରସ୍କାର

ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ଆଇଟି ଭିତ୍ତିଭୂମି ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଛି। ସାଇବର ନିରାପତ୍ତାରେ ଉନ୍ନତି ଆଣିବା ପାଇଁ ବ୍ୟାଙ୍କ ଅନେକ ପ୍ରଯୁକ୍ତି ବ୍ୟବହାର କରିଛି। ଇଣ୍ଟରନ୍ୟାସନାଲ୍ କାଉନ୍‌ସିଲ୍ ଅଫ୍ ଇଲେକ୍ଟ୍ରୋନିକ୍ସ କମର୍ସ କନସଲଟାଣ୍ଟ୍‌ (ଇସି-କାଉନ୍‌ସିଲ୍‌) ତରଫରୁ ଆୟୋଜନ କରାଯାଇଥିବା ଏକ ପୁରସ୍କାର କାର୍ଯ୍ୟକ୍ରମରେ ବ୍ୟାଙ୍କ ଅଂଶଗ୍ରହଣ କରି ବିଜୟୀ ହୋଇଛି। ମୁମ୍ବାଇରେ ଆୟୋଜନ କରାଯାଇଥିବା ଏକ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର