‘ଇନ୍ଦ୍ର ୱାଟର୍‌’କୁ ଅର୍ବାନ୍ ୱାଟର୍‌ ଚ୍ୟାଲେଞ୍ଜ୍‌ ପୁରସ୍କାର

ଭୁବନେଶ୍ବର: ମୁମ୍ବାଇର ଷ୍ଟାର୍ଟ-ଅପ୍ ସଂସ୍ଥା ‘ଇନ୍ଦ୍ର ୱାଟର୍‌’କୁ ଷ୍ଟକ୍‌ହୋମ୍‌ ଠାରେ ଆୟୋଜିତ ବିଶ୍ବ ଜଳ ସପ୍ତାହ କାର୍ଯ୍ୟକ୍ରମ ଅବସରରେ ଅର୍ବାନ ୱାଟର୍‌ ଚ୍ୟାଲେଞ୍ଜ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପୁରସ୍କାର ଦୌଡ଼ରେ ୩୮ଟି ଦେଶର ୨୨୬ଟି ଷ୍ଟାର୍ଟ-ଅପ୍ ଥିଲେ। ଇମାଜିନ୍ ଏଚ୍‌୨ଓ, ବ୍ଲୁୱାଟର ଗ୍ରୁପ୍ ଓ ଇଲେଭେନ୍‌ଥ ଆୱାର ରେସିଂ ନାମକ ତିନିଟି ସଂସ୍ଥା ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଇନ୍ଦ୍ର ୱାଟର୍‌ର ହେଉଛନ୍ତି ଓଡ଼ିଆ ପୁଅ ଅମ୍ରିତ ଓମ୍ ନାୟକ। ଭୁବନେଶ୍ବରର ଏହି ଯୁବକ ବ୍ଲୋଜମସ୍‌ ସ୍କୁଲ୍ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ-୨ରେ ପାଠପଢ଼ିଥିଲେ। ନିଜର କିଛି ବନ୍ଧୁଙ୍କ ସହ ମିଶି ସେ ଏହି ସଂସ୍ଥା ସ୍ଥାପନ କରିଛନ୍ତି। ତାଙ୍କ ସଂସ୍ଥା ଘର ଓ ଶିଳ୍ପ ସଂସ୍ଥାରୁ ବାହାରୁଥିବା ଜବର୍ଜ୍ୟଜଳର ରିସାଇକ୍ଲିଂ କରିବା ବ୍ୟବସ୍ଥା ବିକଶିତ କରିଛି।

ସମ୍ବନ୍ଧିତ ଖବର