ପ୍ରଥମ ଥର ପାଇଁ ଲାଇଟ୍‌ ଲଞ୍ଚ କରିବାକୁ ଯାଉଛି ୬୪ ମେଗାପିକ୍ସେଲର ୯ଟି କ୍ୟାମେରା ଥିବା ସ୍ମାର୍ଟଫୋନ

ଆମେରିକୀୟ କ୍ୟାମେରା ମେକର ‘ଲାଇଟ୍‌’ ଏମିତି ଏକ କ୍ୟାମେରା ଲଞ୍ଚ କରିବାକୁ ଯାଉଛି,ଯେଉଁଥିରେ ପ୍ରଥମ ଥର ପାଇଁ ୯ଟି କ୍ୟାମେରା ରଖାଯିବ । ଏହି ନୂଆ ସ୍ମାର୍ଟଫୋନର ରିୟର ପ୍ୟାନେଲରେ ୯ ଲେନ୍ସ ବିଶିଷ୍ଟ କ୍ୟାମେରା ଦିଆଯିବ,ଯାହା ୬୪ ମେଗାପିକ୍ସେଲର ଫଟୋ ଉଠାଇବାରେ ସକ୍ଷମ ହେବ । ସ୍ମାର୍ଟଫୋନ ଲଞ୍ଚ ହେବା ତାରିଖ ଏବଂ ତାହାର ମୂଲ୍ୟ କେତେ ରହିବ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଏହି ସ୍ମାର୍ଟଫୋନ ଖୁବ୍‌ କମ ଲାଇଟ୍‌ରେ ମଧ୍ୟ ଫଟୋ ଉଠାଇପାରିବ ବୋଲି କୁହାଯାଇଛି । ଲାଇଟ୍‌ କମ୍ପାନି ଏହି ୯ଟି କ୍ୟାମେରା ଥିବା ସ୍ମାର୍ଟଫୋନର ପ୍ରୋଟୋଟାଇପ୍‌ ଦେଖାଇଛି ।

Deccan Chronicle

ଯେଉଁଥିରେ ୮ଟି କ୍ୟାମେରା ଗୋଲାକାର ଆକାରରେ ରହିଥିବା ବେଳେ ଗୋଟେ କ୍ୟାମେରାକୁ ମଝିରେ ରଖା ଯାଇଛି । ଏହା ସହିତ ଏଲ୍‌ଇଡ଼ି ଫ୍ଲାସର ମଧ୍ୟ ସୁବିଧା ଦିଆଯାଇଥିବା ଦେଖିବାକୁ ମିଳିଛି । ପୂର୍ବ ବର୍ଷ ଏହି କମ୍ପାନି ଲାଇଟ୍‌ L16ଲଞ୍ଚ କରିଥିଲା । ଯେଉଁଥିରେ ୫୨ ମେଗାପିକ୍ସେଲର ଫଟୋ ଉଠା ଯାଇ ପାରିବାର ସୁବିଧା ଥିଲା । କମ୍ପାନି ତରଫରୁ ଏହାର ମୂଲ୍ୟ ପ୍ରାୟ ୧ଲକ୍ଷ ୩୪ ହଜାର ରଖା ଯାଇଥିଲା ।

ସମ୍ବନ୍ଧିତ ଖବର