ପେଟ୍ରୋଲ, ଡିଜେଲ ଦରବୃଦ୍ଧି ପାଇଁ ଆମେରିକାକୁ ଦାୟୀ କଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ : ଆମ ଦେଶରେ ବିଭିନ୍ନ ସମସ୍ୟା ପାଇଁ ଅନ୍ୟକୁ ଦାୟୀ କରିବା ଆମ ନେତାମାନଙ୍କର ଏକ ଅଭ୍ୟାସ ହୋଇଗଲାଣି । ରାଜ୍ୟମାନେ ବିଭିନ୍ନ ସମସ୍ୟା ପାଇଁ କେନ୍ଦ୍ରକୁ ଦାୟୀ କରନ୍ତି । କେନ୍ଦ୍ର ସରକାର ବିଭିନ୍ନ ସମସ୍ୟା ପାଇଁ ପୂର୍ବତନ ସରକାରଙ୍କୁ କିମ୍ବା ପାକିସ୍ତାନକୁ ଦାୟୀ କରନ୍ତି । ଏବେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଉ ଏକ ପାଦ ଆଗେଇ ଯାଇଛନ୍ତି । ତେଲଦର ବୃଦ୍ଧି ପାଇଁ ସେ ସିଧାସଳଖ ଆମେରିକାକୁ ଦାୟୀ କରିଛନ୍ତି ।


ଆମ ଦେଶରେ ତେଲଦର ବଢିବା ଅନ୍ତର୍ଜାତୀୟ ବଜାରର ପ୍ରଭାବ ଯୋଗୁଁ ହେଉଛି ବୋଲି କହିଛନ୍ତି ତେଲ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଡଲାର ତୁଳନାରେ ଭାରତୀୟ ଟଙ୍କା ଦୂର୍ବଳ ହୋଇ ୭୧ ଟପିବା ଏହାର ଏକ ମୁଖ କାରଣ । ଆହୁରି ମଧ୍ୟ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲଦର ମଧ୍ୟ ବଢିଚାଲିଛି । ବିଭିନ୍ନ ଦେଶ ସହିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ବାଣିଜ୍ୟ କଟକଣା ଫଳରେ କେବଳ ଟଙ୍କା ନୁହେଁ ବିଶ୍ୱର ପ୍ରମୁଖ ମୁଦ୍ରା ଗୁଡିକର ମୂଲ୍ୟ ହ୍ରାସ ପାଇଛି । ଏହା ଫଳରେ ଦେଶରେ ତେଲ ଦର ବଢାଇବା ଛଡା ଅନ୍ୟୋପାୟ ନାହିଁ ବୋଲି ସେ କହିଛନ୍ତି । ଅବଶ୍ୟ ଧର୍ମେନ୍ଦ୍ରଙ୍କ କଥାର ସତ୍ୟତା ମଧ୍ୟ ରହିଛି । ଆମେରିକାର ସୁରକ୍ଷାବାଦୀ ନୀତି ଯୋଗୁଁ କେବଳ ଭାରତୀୟ ଟଙ୍କା ନୁହେଁ, ଚୀନ ମୁଦ୍ରା ୟୁଆନ, ଜାପାନି ୟେନ, ୟୁରୋ ଆଦି ମୁଦ୍ରା ଦୂର୍ବଳ ହୋଇଛନ୍ତି ।

ସମ୍ବନ୍ଧିତ ଖବର