ଋଷିଆଠାରୁ ଏସ୍‌-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ ନ କିଣିବା ପାଇଁ ଭାରତକୁ ଅନ୍ୟ ବିକଳ୍ପ ଦେବ ଆମେରିକା

ନୂଆଦିଲ୍ଲୀ : ଗତ ବର୍ଷ ଅକ୍ଟୋବରରେ ଭାରତ ଋଷିଆ ସହ ୪୦ହଜାର କୋଟି ଟଙ୍କାର ଏକ ରାଜିନାମା ସ୍ବାକ୍ଷର କରିଥିଲା । ଏହି ରାଜିନାମାରେ ଭାରତ ଋଷିଆଠାରୁ ୪୦ହଜାର କୋଟି ଟଙ୍କା ବିନିମୟରେ କରି ଏସ୍‌-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ କିଣିବ ବୋଲି ଚୁକ୍ତି କରିଥିଲା । କିନ୍ତୁ ଏବେ ଭାରତ-ଋଷ୍‌ ମଧ୍ୟରେ ହୋଇଥିବା ଏହି ରାଜିନାମାକୁ ବିରୋଧ କରି ଭାରତକୁ ଅନ୍ୟ ବିକଳ୍ପ ଦେଇଛି ଆମେରିକା । ଭାରତ ଋଷଠାରୁ ଏହା ନ କିଣିଲେ ଆମେରିକା ବିକଳ୍ପ ଅସ୍ତ୍ର ଦେବ ବୋଲି କହିଛି। ପୂର୍ବରୁ ଆମେରିକା ଏ ନେଇ ଆପତ୍ତି ଉଠାଇଥିବା ବେଳେ ଏବେ ଖୋଲା ଧମକ ଦେଇଥିବା ଜଣାପଡ଼ିଛି ।

Zee Business

ଭାରତ ଋଷିଆଠାରୁ ଏସ୍‌-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ କିଣିଲେ ଭାରତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲା ଆମେରିକା । ଋଷ୍‌ ଉପରେ ସମାରିକ ଅସ୍ତ୍ରଶସ୍ତ୍ର କିଣିବା ନେଇ ଆମେରିକା ପ୍ରତିବନ୍ଧକ ଲଗାଇଥିବାରୁ ଏପରି ଚେତାବନୀ ଦେଇଥିବା ଜଣା ପଡ଼ିଛି ।  ଋଷ୍‌ଠାରୁ ଏସ୍‌-୪୦୦ ମିସାଇଲ ଡିଫେନ୍ସ ସିଷ୍ଟମ କିଣିବାକୁ ମନା କରିବା ସହ ଆମେରିକା ଭାରତକୁ ଅନ୍ୟ ବିକଳ୍ପ ଦେବ ବୋଲି କହିଛନ୍ତି ସହାୟକ ପ୍ରତିରକ୍ଷା ସଚିବ ରାନ୍‌ଡେଲ ସ୍କ୍ରିଭର ।

ସମ୍ବନ୍ଧିତ ଖବର