ଆମେରିକା ନଜରରେ ଏବେ ଭାରତର ବିଦେଶୀ ମୁଦ୍ରା ନୀତି

0 577

ନୁଆଦିଲ୍ଲୀ: ଭାରତର ବିଦେଶୀ ମୁଦ୍ରା ନୀତି ଏବେ ଆମେରିକା ପ୍ରଶାସନର ନଜର ପରିସରକୁ ଆସିଯାଇଛି। ପୂର୍ବରୁ ଏହି ତାଲିକାରେ ୫ଟି ଦେଶ ଯଥା ଚୀନ୍‌, ଦକ୍ଷିଣ କୋରିଆ, ଜାପାନ, ଜର୍ମାନୀ ଏବଂ ସ୍ୱିଜରଲାଣ୍ଡ ରହିଥିଲେ। ଏବେ ଏଥିରେ ଭାରତ ଯୋଡ଼ିହୋଇ ଯାଇଛି। ଆମେରିକା ସହିତ ଅଧିକ ପରିମାଣର ବାଣିଜ୍ୟ କରୁଥିବା ଦେଶଗୁଡ଼ିକୁ ଏହି ତାଲିକାରେ ରଖାଯାଇଛି। ଦେଶ ଦେଶ ମଧ୍ୟ ବାଣିଜ୍ୟକୁ ଯଥାସମ୍ଭବ ପାତରଅନ୍ତର ବିହୀନ ଓ ମୁକ୍ତ ରଖିବା ଲାଗି ଆମେରିକା ପ୍ରଚେଷ୍ଟା ଚଳାଇଛି। ପାତରଅନ୍ତର ଯୁକ୍ତ ବିଦେଶୀ ମୁଦ୍ରା ନୀତି ବିରୋଧରେ ଲଢ଼େଇ ଜାରି ରଖିବା ସହିତ ଏହା ଉପରେ ଅନୁଧ୍ୟାନ ଜାର ରଖିବ ବୋଲି ଆମେରିକାର ଟ୍ରେଜେରି ସଚିବ ଷ୍ଟିଭେନ୍‌ ଟି ଏମ୍‌ନୁଚିନ୍‌ କହିଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.