ଏଣିକି ଟ୍ରେନ୍‌ ଭିତରେ କ୍ରେଡିଟ୍‌ ଓ ଡେବିଟ୍‌ କାର୍ଡରୁ କ୍ରୟ କରିପାରିବେ ଯାତ୍ରୀ

ନୂଆଦିଲ୍ଲୀ: ଭାରତୀୟ ରେଳବାଇ ଯାତ୍ରୀଙ୍କ ଯାତ୍ର ସମୟରେ ସୁବିଧାକୁ ଦୃଷ୍ଟିରେ ରଖି ଏକ ନୂତନ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଅଧିକାରୀଙ୍କ ଦାବି ମୁତାବକ, ରେଳବାଇ ଖୁବ୍‌ ଶୀଘ୍ର ରେଳରେ କ୍ୟାସଲେସ୍‌ ସୁବିଧା ଉପଲବ୍ଧ କରିବ। ଏହା ଦ୍ୱାରା ଯାତ୍ରୀଙ୍କୁ ଖାଦ୍ୟପାନୀୟ କ୍ରୟ କରିବା ସମୟରେ ସବୁଧା ହୋଇପାରିବ।

ରେଳବାଇ ପକ୍ଷରୁ ପ୍ରକାଶ, ଏହି ପ୍ରସ୍ତାବ ରେଲେଓ୍ଵ ବୋର୍ଡରେ ଦିଆଯାଇ ସାରିଛି। ଏହି ସବୁଧା ଖୁବ୍‌ ଶୀଘ୍ର ଆରମ୍ଭ ହୋଇଯିବ। ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀ ଚାହା, କଫି, ଖାଦ୍ୟ କ୍ରୟ କରିବାକୁ ଚାହାନ୍ତି, କିନ୍ତୁ ଟଙ୍କା ସମସ୍ୟା କାରଣରୁ କ୍ରୟ କରି ପାରନ୍ତି ନାହିଁ। ସେଥିପାଇଁ ରେଳବାଇ ଯାତ୍ରୀମାନଙ୍କ ପାଇଁ କ୍ୟାସ୍‌ଲେସ୍‌ ସୁବିଧାର ଉପଲବ୍ଧ କରିବା ପାଇଁ ସ୍ଥିର କରିଛି। ଏପରି କରିବା ଦ୍ୱାରା ଯାତ୍ରୀଙ୍କ ପାଖରେ ଟଙ୍କା ନଥିଲେ ବି କ୍ରେଡିଟ୍‌ ଓ ଡେବିଟ କାର୍ଡ ଦ୍ୱାରା ଖାଦ୍ୟ ପାନୀୟ କ୍ରୟ କରି ପାରିବେ। ଡେବିଟ୍‌ ଓ କ୍ରେଡିଟ୍‌ କାର୍ଡରେ ଲେଣଦେଣ ସୁବିଧା ରାଜଧାନୀ ଟ୍ରେନ୍‌ରେ ରହିଛି। ପ୍ରଥମ ପର୍ଯ୍ୟାୟରେ ୨୬ଟି ଟ୍ରେନ୍‌ରେ ଏହି ସୁବିଧା ପରୀକ୍ଷଣ ଆଧାରରେ ଉପଲବ୍ଧ କରାଯିବ। ଏହି ଯୋଜନା ସଫଳ ହେବା ପରେ ଅନ୍ୟ ଟ୍ରେନ୍‌ରେ ଲାଗୁ କରାହେବ।

 

ସମ୍ବନ୍ଧିତ ଖବର