‘ହାର୍ଡ ୱାର୍କ’ ସହ କରନ୍ତୁ ‘ସ୍ମାର୍ଟ ୱାର୍କ’: ବହି ସହ ଏହି ୩ଟି ମୋବାଇଲ୍ ଆପକୁ ବି ସାଥୀରେ ରଖନ୍ତୁ; ଚାକିରି ପାଇବା ସହଜ ହେବ

ଆପଣ ମଧ୍ୟ ଭିନ୍ନ ଭିନ୍ନ କମ୍ପିଟେଟିଭ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି କି ? ଏଥିପାଇଁ ଭିନ୍ନ ଭିନ୍ନ ବିଷୟକୁ ହଜମ କରିବାକୁ ଚେଷ୍ଟା କରୁଥିଲେ ଆପଣଙ୍କ ପାଇଁ ଉପଯୁକ୍ତ ବହି ସହ ଆପଲିକେସନ୍ର ମଧ୍ୟ ଆବଶ୍ୟକତା ରହିଛି । କଥାରେ ଅଛି ‘ହାର୍ଡ ୱାର୍କ’ ସହ ‘ସ୍ମାର୍ଟ ୱାର୍କ’ର ଯୁଗଳବନ୍ଦୀ ରହିଲେ କଷ୍ଟ କାମ ବି ସହଜ ହୋଇଯାଏ । ଠିକ୍ ସେହିଭଳି ପୁସ୍ତକ ସହ କିଛି ମୋବାଇଲ୍ ଆପକୁ ଯଦି ଆପଣ ଫଲୋ କରିବେ ତେବେ ଚାକିରି କ୍ଷେତ୍ରରେ ଆପଣ ସଫଳତା ପାଇବେ ଏଥିରେ ସନ୍ଦେହ ନାହିଁ । ତେବେ ଆସନ୍ତୁ ଏଭଳି ୩ ଟି ଆପ୍ ବିଷୟରେ ଜାଣିବା ଯାହା ଆପଣଙ୍କ ଭବିଷ୍ୟତ ଗଢ଼ିବାରେ ସାଥୀ ହୋଇପାରିବ ।

ନୋଟସଜେନ୍ : ଯଦି ଆପଣ ଜେଇଇ, କେଟ୍, କ୍ଲେଟ୍, ନିଟ୍, ସିଭିଲ୍ ସର୍ଭିସ୍, ଜିମେଟ୍ ଆଦି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ତେବେ ଆପଣଙ୍କୁ ଏହି ଆପର ଅଧିକ ଆବଶ୍ୟକତା ରହିଛି । ଯଦି ଆପଣ ଅଲଗା ଅଲଗା ପରୀକ୍ଷାର ପ୍ରସ୍ତୁତି କରିବା ପାଇଁ ନୋଟ୍ ଖୋଜୁଛନ୍ତି ତେବେ ଏଠାରେ ଆପଣଙ୍କୁ ପରୀକ୍ଷା ସମ୍ବନ୍ଧୀୟ ନୋଟ୍ ମିଳିଯିବ । ଏଥିରେ ଛାତ୍ରଛାତ୍ରୀ ନିଜ ସହପାଠୀଙ୍କ ସହ କନେକ୍ଟ ମଧ୍ୟ ହୋଇପାରିବେ । ଯଦି ଆପଣ ଅନ୍ୟ ଛାତ୍ରଛାତ୍ରୀଙ୍କ ସାହାଯ୍ୟ କରିବାକୁ ଚାହୁଁଛନ୍ତି ତେବେ ଆପଣ ଏଠାରେ ନୋଟ୍ ମଧ୍ୟ ଅପଲୋଡ୍ କରିପାରିବେ । ଏହି ପ୍ଲାଟଫର୍ମ ୧୭୬ ଦେଶରେ ମହଜୁଦ୍ ଅଛି । ଏଠାରେ ହାତଲେଖା ନୋଟ୍, ଆସାଇନମେଣ୍ଟ୍, ପ୍ରେଜେନଟେସନ୍, ପ୍ରୋଜେକ୍ଟ ଆଦି ସହଜରେ ମିଳିଯାଏ । ଷ୍ଟଡି ନୋଟକୁ ବିଷୟ ହିସାବରେ ସର୍ଚ୍ଚ କରିବାର ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି । ଯଦି ଆପଣଙ୍କ ନୋଟକୁ କେହି କିଣିବା ପାଇଁ ଚାହୁଁଛନ୍ତି ତେବେ ଏଠାରେ ଆପଣଙ୍କ ରୋଜଗାର ମଧ୍ୟ ହୋଇପାରେ । ଏହି ଆପ୍ ଆଣ୍ଡ୍ରୋଏଡ୍ ତଥା ଆଇଓଏସ୍ ୟୁଜରଙ୍କ ପାଇଁ ଉପଲବ୍ଧ କରାଯାଇଛି ।

Twitter

ଗ୍ରେଡ୍ ଆପ୍ : ବ୍ୟାଙ୍କ୍ ପିଓ, ଜେଇଇ, ନିଟ୍, ୟୁପିଏସସି ଆଦି ପରୀକ୍ଷା ପାଇଁ ଏହି ଆପ୍ ସର୍ବୋକୃଷ୍ଟ ଅଟେ । ଏହା ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଉପଲବ୍ଧ ରହିଛି । ଏଠାରେ ଆପଣଙ୍କୁ ଇନ୍ସୁରାନ୍ସ, ବ୍ୟାଙ୍କ ଗେଟ୍, ନିଟ୍, ଜେଇଇ, ରେଲୱେ, ଏସଏସସି ଏବଂ ୟୁପିଏସସି ଆଦି ପରୀକ୍ଷାର ସମ୍ଭନ୍ଧିତ ପୁରୁଣା ପ୍ରଶ୍ନ ଉତ୍ତର ସମାଧାନ ଆପଣଙ୍କୁ ଏଠାରେ ମିଳିଯିବ । ଏଥିରେ ପରୀକ୍ଷାର ପାଟର୍ଣ୍ଣ ବୁଝିବା ସହ ପ୍ରସ୍ତୁତି ପାଇଁ ମଧ୍ୟ ସହାୟକ ହୋଇଥାଏ । ଏଠାରେ ପ୍ରତିଦିନ କରେଣ୍ଟ ଆଫେୟାର୍ ସହ ଜଡିତ ଥିବା ପ୍ରଶ୍ନର ନୋଟସ ମିଳିଯିବ । ଆପଣ ଏଠାରେ ଥିବା କୁଇଜରେ ମଧ୍ୟ ଭାଗ ନେଇପାରିବେ । ଏହାକୁ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିହେବ ।

ଅଡ୍ଡା ୨୪୭ : ଆଇବିପିଏସ, ବ୍ୟାଙ୍କ୍ ପିଓ, ଏସବିଆଇ ପିଓ, ରେଲୱେ ସମେତ ଅନ୍ୟ ସରକାରୀ ଚାକିରି ପାଇଁ ଏହି ଆପ୍ ଆପଣଙ୍କୁ ସାହାଯ୍ୟ କରିପାରେ । ଏଠାରେ ସରକାରୀ ଚାକିରି ପାଇଁ ହେଉଥିବା ପରୀକ୍ଷା ପ୍ରଶ୍ନର ଉତ୍ତର ମିଳିଯାଏ । ଏଠାରେ ଜିକେ ,ନୋଟସ ଏବଂ ପ୍ରଶ୍ନ ପ୍ରତିଯୋଗିତାରେ ଆପଣ ଭାଗ ନେଇ ନିଜ ଦକ୍ଷତାକୁ ବଢାଇପାରିବେ । ଏହି ଆପରେ ଭିଡିଓ କୋର୍ସର ସୁବିଧା ରହିଛି । ଯେଉଁଥିରେ ଅନଲାଇନ୍ ଲେକଚର ଆଟେଣ୍ଡ କରି ଆପଣ ନିଜ ସ୍କିଲକୁ ବଢାଇପାରିବେ ।

ସମ୍ବନ୍ଧିତ ଖବର