ପୂଜା ବଜାରରେ ଭିଭୋ ଭି-୧୭ ପ୍ରୋ ସ୍ମାର୍ଟଫୋନ

ନୂଆଦିଲ୍ଲୀ : ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ଭିଭୋ ପକ୍ଷରୁ ଏହାର ଫ୍ଲାଗସିପ୍ ସ୍ମାର୍ଟଫୋନ୍ ଭି-୧୭ ପ୍ରୋ ସ୍ମାର୍ଟଫୋନ ବଜାର ପ୍ରବେଶ କରାଯାଇଛି । ଏହା ଦ୍ୱାରା ଭି ସିରିଜ୍ ଉତ୍ପାଦରେ ବୃଦ୍ଧି ଘଟିଛି । ଭି-୧୭ ପ୍ରୋରେ ୮ଜିବି ରାମ୍ ଏବଂ ୧୨୮ ଜିବି ରମ୍ ରହିଛି। ଏଥିରେ ଡୁଆଲ୍ ପପ୍-ଅପ୍ ସେଲଫି କ୍ୟାମେରା, ଅଲ୍ କ୍ୱାଡ୍ ପଛ କ୍ୟାମେରା ରହିଛି । ସେହିପରି ଭି-୧୭ ପ୍ରୋ ଗ୍ଲାସିଅର ଆଇସ୍ ଏବଂ ମିଡ୍ ନାଇଟ୍ ଓସିନ୍ ରଙ୍ଗରେ ମିଳୁଛି । ଏହାର ମୂଲ୍ୟ ୨୯,୯୯୦ ଟଙ୍କା ରହିଛି ।

ଏହି ଫୋନରେ ଶକ୍ତିଶାଳୀ ୩୨ ଏମ୍ ପି ଡୁଆଲ୍ ପପ୍-ଅପ୍ ସେଲଫି କ୍ୟାମେରା, ୪୮ ଏମ୍ପି ଅଲ୍ କ୍ୱାଡ୍ ପଛ କ୍ୟାମେରା ସହିତ ୧୩ ଏମ୍ପି ୨-ଏକ୍ସ୍ ଅପ୍ଟିକାଲ ଜୁମ୍ ସୁବିଧା ରହିଛି । ଏଥିରେ୧୬.୩୬ ସେମି ଫୁଲ୍ ଭିୟୁ ସୁପର ଆମଲୋଏଡ୍ ଡିସପ୍ଲେ, ୯୧.୬୫ ପ୍ରତିଶତ ସ୍କ୍ରିନ୍ ବଡ଼ି ରେସିଓ, ୨୦:୯ ଆସପେକ୍ଟ ରେସିଓ, ଆଂଟି ପ୍ଲିକର ଜ୍ଞାନକୌଶଳ ଆଦି ରହିଛି ।

ଏହି ଫୋନ୍ରେ କ୍ୱାଲକମ୍ ସ୍ନାପଡ୍ରାଗନ ୬୭୫ ଏଆଇଇ ପ୍ରୋସେରସ. ଓଏସ୍ ୮.୧ ଆଣ୍ଡ୍ରଏଡ୍ , ଫନ୍ ଟଚ୍ ଓଏସ୍ ୪.୫, ଭିଭୋର ଜୋଭି ଏଆଇ ଇଞ୍ଜିନ୍ ଆଦି ବୈଶିଷ୍ଟ୍ୟ ରହିଛି । ଏଥିରେ ୪,୧୦୦ଏମ୍ଏଏଚ୍ ଟାଇପ୍-ସି ବ୍ୟାଟେରୀ, ଡୁଆଲ୍ ଇଞ୍ଜିନ୍ ଫାଷ୍ଟ ୧୮ ୱାଟ୍ ଚାର୍ଜ ସୁବିଧା ରହିଛି । ଏହା ସହିତ ଏଥିରେ ଗେମ୍ ଟ୍ରବୋ, ଏଆଇ ଟ୍ରବୋ, ସେଂଟର ଟ୍ରବୋ, ନେଟ୍ ଟ୍ରବୋ କୁଲିଂ ଟ୍ରବୋ ଆଦି ବୈଶିଷ୍ଟ୍ୟ ରହିଛି ।

ସମ୍ବନ୍ଧିତ ଖବର