ଭଲ୍‌ଭୋ ଆଣିଲା ନୂଆ ଏସ୍‌ୟୁଭି ଏକ୍ସସି୪୦

ନୂଆଦିଲ୍ଲୀ:  ଭଲଭୋ ପକ୍ଷରୁ ଭାରତରେ ଏହାର କମ୍‌ ମୂଲ୍ୟର ଏସ୍‌ୟୁଭି ‘ଏକ୍ସସି ୪୦’ର ବଜାର ପ୍ରବେଶ କରାଯାଇଛି। ନୂଆଦିଲ୍ଲୀରେ ଏହି ଗାଡ଼ିର ଏକ୍ସ ସୋରୁମ ମୂଲ୍ୟ ୩୯ ଲକ୍ଷ ୯୦ ହଜାର ଟଙ୍କା ରହିଛି। ତେବେ ଭାରତରେ କମ୍ପାନି ଏହି ଗାଡ଼ିର ଆର୍‌-ଡିଜାଇନ୍‌ ଭାରିଆଣ୍ଟକୁ ଉପଲବ୍ଧ କରାଇଛି। ଘଣ୍ଟାପ୍ରତି ସର୍ବାଧିକ ୨୧୦ କିଲୋମିଟର ବେଗରେ ଯାତ୍ରା କରିବାର କ୍ଷମତା ଏହି ଏସୟୁଭିର ରହିଛି ବୋଲି କମ୍ପାନି ଦାବି କରିଛି। ଅନ୍ତର୍ଜାତୀୟ ବଜାରରେ କମ୍ପାନି ଏହି ଗାଡ଼ିର ଉନ୍ମୋଚନ ଗତବର୍ଷ ଶେଷଆଡ଼କୁ କରିଥିଲା। ଭାରତରେ ଏହାର ପ୍ରାକ୍‌ ବୁକିଂ ଗତ ମେ ମାସରେ ମାତ୍ର ୨୦୦ଟି ୟୁନିଟ୍‌ ପାଇଁ କରାଯାଇଥିଲା। ଏହି ଗାଡ଼ିର ରୂପକୁ କମ୍ପାନି ଏହାର ଅନ୍ୟତମ ଦାମୀ ଏସ୍‌ୟୁଭି ଏକ୍ସସି ୬୦ର ରୂପ ଦେବାକୁ ପ୍ରୟାସ କରିଛି। ଏଥିରେ ୧୯୬୯ ସିସିର ଡିଜେଲ ଇଞ୍ଜିନ ଲାଗିଛି।

ସମ୍ବନ୍ଧିତ ଖବର